scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Rajasthan Exit Polls 2023: ପରମ୍ପରା ବଜାଇ ରଖିବ ରାଜସ୍ଥାନ, ଫେରିବ ବିଜେପି ସରକାର!

30/11/2023 at 6:40 PM

ଜୟପୁର: ନଭେମ୍ବର ୨୫ ତାରିଖରେ ରାଜସ୍ଥାନ ନିର୍ବାଚନ ଶେଷ ହୋଇଛି। ଏବେ ଫଳାଫଳ ପାଇଁ ଡିସେମ୍ବର ୩ ତାରିଖକୁ ଅପେକ୍ଷା। ହେଲେ ତା ପୂର୍ବରୁ ରାଜସ୍ଥାନର ପାଣିପାଗ କ’ଣ କହୁଛି, କାହା ନାଁରେ ରାଜନୈତିକ ହାୱା ବହୁଛି ? କାହାକୁ ଅଧିକ ଆସନ ମିଳିବାର ସମ୍ଭାବନା ରହିଛି ଏସବୁ ଜାଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି।

ଲୋକଙ୍କ ଉତ୍କଣ୍ଠାକୁ ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ମିଡିଆ ମଧ୍ୟ ନିର୍ବାଚନ ସମ୍ପର୍କିତ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ କରିଛନ୍ତି। ତେବେ କେଉଁ ମିଡିଆର ଏକ୍‌ଜିଟ୍ ପୋଲ୍ ରିପୋର୍ଟ କ’ଣ କହୁଛି ଆସନ୍ତୁ ଜାଣିବା।

ସି ଭୋଟର ସର୍ଭେ– ସି ଭୋଟର ସର୍ଭେର ଏକଜିଟ୍ ପୋଲ ଅନୁସାରେ, ରାଜସ୍ଥାନରେ ପୂର୍ବ ପରମ୍ପରା ବଜାଇ ରହିବ। ଏଥର କଂଗ୍ରେସ ହାରିବ ବିଜେପି ଫେରିବ। ସର୍ଭେ ଅନୁସାରେ ବିଜେପିକୁ ରାଜସ୍ଥାନରେ ୯୪-୧୧୪ ଆସନ ମିଳିପାରେ। ସେହିପରି କଂଗ୍ରେସ ୭୧-୯୧, ବିଏସ୍‌ପି ୦ ଆସନ ମିଳିବ।

ଜନ କି ବାତ୍-  ଜନ କି ବାତ୍‌ର ଏକ୍‌ଜିଟ୍ ପୋଲ ଅନୁସାରେ, ରାଜସ୍ଥାନରେ ପୁଣିଥରେ ପୂର୍ବ ପରମ୍ପରା ବଜାଇ ରହିବ। ଅର୍ଥାତ୍ ଥରେ କଂଗ୍ରେସ ତ ଥରେ ବିଜେପି। ସେହି ନ୍ୟାୟରେ ଏଥର ରାଜସ୍ଥାନରେ ବିଜେପି ବାଜି ମାରିବ। ଦଳ ୧୦୦-୧୨୨ ଆସନ ଜିତିବ। ଅନ୍ୟପଟେ କଂଗ୍ରେସ ୬୨-୮୫ ଆସନ ପାଇବ। ବିଏସ୍‌ପି ଗୋଟିଏ ବି ଆସନ ପାଇବ ନାହିଁ।

ଟାଇମ୍ସ ନାଓଁ ଇଟିଜି- ଟାଇମ୍ସ ନାଓଁ ଇଟିଜିର ଏକ୍‌ଜିଟ୍ ପୋଲରେ ମଧ୍ୟ ସମାନ କଥା. ଏଥର ରାଜସ୍ଥାନରେ ବିଜେପି ରାଜ୍। ରାଜ୍ୟରେ ବିଜେପି ୧୦୮ରୁ ୧୨୮ ଆସନ ହାତେଇବ। କଂଗ୍ରେସ ୫୬-୭୨ ଓ ବିଏସ୍‌ପି ୦।

ପଢ଼ନ୍ତୁ-Telangana Exit Poll: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ, ଏକଜିଟ୍‌ ପୋଲ୍‌ରେ କଡ଼ା ଟକ୍କର

ଟିଭି୯ ଭାରତ ବର୍ଷ ପୋଲ୍‌ଷ୍ଟ୍ରାଟ୍- ଟିଭି୯ ଭାରତ ବର୍ଷରେ ଯଦିଓ କଂଗ୍ରେସକୁ ଅଧିକ ଆସନ ମିଳୁଥିବା ଦର୍ଶାଯାଇଛି। ତେବେ ବିଜେପି ଠାରୁ ଏହି ଆସନ ବହୁତ କମ ହେବ। ଟିଭି୯ ରିପୋର୍ଟ ଅନୁସାରେ,ବିଜେପି ୧୦୦ରୁ ୧୧୦, କଂଗ୍ରେସ ୯୦ରୁ ୧୦୦ ଆସନ ହାତେଇବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଦୈନିକ ଭାସ୍କର- ବିଜେପି (୯୮-୧୦୫), କଂଗ୍ରେସ (୮୫-୯୫), ବିଏସ୍‌ପି (୦)
ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ- ବିଜେପି (୮୦-୧୦୦), କଂଗ୍ରେସ (୮୬-୧୦୬), ବଏସ୍‌ପି(୧-୨)

ରାଜସ୍ଥାନରେ ମୋଟ ୨୦୦ ବିଧାନସଭା ସିଟ୍‌ ରହିଛି। ସେଥିମଧ୍ୟରୁ ୧୯୯ ଆସନ ଉପରେ ନିର୍ବାଚନ ହୋଇଥିଲା। କାରଣ ନିର୍ବାଚନ ପୂର୍ବରୁ କରଣପୁର କଂଗ୍ରେସ ବିଧାୟକଙ୍କ ଗୁରଦ୍ୱିପ ସିହଂ କୁନ୍ନୁରଙ୍କର ମୃତ୍ୟୁ ହୋଇଯିବାରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ତେବେ ଏଥର ଭୋଟିଂର ପୁରୁଣା ରେକର୍ଡ ଭାଙ୍ଗି ୭୪.୬୨ ପ୍ରତିଶତ ଭୋଟିଂ ହୋଇଛି। ୨୦୧୮ରେ ୭୪. ୧୭ ପ୍ରତିଶତ ଭୋଟ ହୋଇଥିଲା। ଏଥର ରାଜ୍ୟରେ ମୋଟ ୧୮୬୩ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ମୋଟ ୧୯୯ ଆସନ ମଧ୍ୟରୁ ବିଜେପି ୧୩୫ ଆସନ ଜିତିବ ବୋଲି ଦାବି କରିଛି।

ପଢ଼ନ୍ତୁ-Chhattisgarh Exit Poll: ଛତିଶଗଡ଼ରେ ବିଜେପିକୁ ଲାଭ, କଂଗ୍ରେସକୁ ଝଟକା, ଜାଣନ୍ତୁ କାହାର ହେବ ସରକାର

   Related Posts