ରାଜସ୍ଥାନ ପୌର ନିର୍ବାଚନରେ ବାଜି ମାରିଲା କଂଗ୍ରେସ, ତୃତୀୟ ସ୍ଥାନରେ ବିଜେପି

Published By : Prameya-News7 Bureau | December 14, 2020 IST

ଜୟପୁର,୧୪/୧୨: ରାଜସ୍ଥାନ ପୌର ପରିଷଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ନିର୍ବାଚନରେ କଂଗ୍ରେସ ୬୨୦ଟି ଓ୍ୱାର୍ଡରେ ବିଜୟ ଲାଭ କରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀମାନେ ୫୯୫ଟି ଓ୍ୱାର୍ଡକୁ ଦଖଲ କରିଛନ୍ତି । ସେହିପରି ବିଦେପି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି । ଦଳକୁ ୫୪୮ ଓ୍ୱାର୍ଡରେ ବିଜୟ ମିଳିଛି । ସୂଚନାଯୋଗ୍ୟ, ୫୦ଟି ସହରର ୧୭୭୫ ଓ୍ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଉପରେ ଭରସା ଅତୁଟ ରଖିଥିବାରୁ ସେ ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ତେବେ ବିଜେପି କହିଛି ଯେ, କଂଗ୍ରେସର ଏହା ଲୋକ ଦେଖାଣିଆ ଖୁସି । ସରକାରରେ ଥିବା ସତ୍ତ୍ୱେ ରାଜ୍ୟରେ କଂଗ୍ରେସଠୁ ଅଧିକ ଆସନ ବିଜେପି ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ଜିତିଛନ୍ତି । ଯାହା ସରକାର ବିରୋଧରେ ଥିବା ସ୍ପଷ୍ଟ କରୁଥିବା ଦଳ କହିଛି ।

ନିର୍ବାଚନ ଆୟୋଗ ପିଏମ ମେହେରାଙ୍କ ସୂଚନାନୁସାରେ. ଡିସେମ୍ବର ୧୧ରେ ରାଜ୍ୟର ୫୦ଟି ପୌରପାଳିକା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏତିରେ ୭୯.୯୦ ପ୍ରତିଶତ ଭୋଟି ହୋଇଥିଲା । ରବିବାର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଥିଲା । ମୋଟ୍ ୧୭୭୫ ଓ୍ୱାର୍ଡରୁ କଂଗ୍ରସ ୬୨୦, ବିଜେପି ୫୪୮, ବିଏସପି ୭, ସିପିଆଇ ୨, ଆରଏଲପି ୧ ଓ ସ୍ୱାଧିନ ପ୍ରାର୍ଥୀମାନେ ୫୯୫ ଟି ଓ୍ୱାର୍ଡରେ ଜିତିଛନ୍ତି ।

ପୌରାଧ୍ୟକ୍ଷ ପାଇଁ ଡିସେମ୍ବର ୧୪ ସୋମବାର ସୂଚନା ଜାରି ହେବ । ଏନେଇ ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୭ ତାରିଖରେ ପ୍ରାର୍ଥୀପତ୍ର ଫେରସ୍ତ ପରେ ୨୦ ତାରିଖରେ ମତଦାନ ହେବ । ସେହିପରି ଉପାଧ୍ୟକ୍ଷ ପାଇଁ ଡିସେମ୍ବର ୨୧ ତାରିଖର ନିର୍ବାଚନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.