ଗହଲୋତଙ୍କ ଚେହେରାରେ କଂଗ୍ରେସ ଲଢିବ ୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ !

Published By : Prameya-News7 Bureau | April 30, 2022 IST

ନୂଆଦିଲ୍ଲୀ ୩୦।୪: ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନକୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ନେତୃତ୍ୱରେ ଲଢିବ।  ଏହା କହିଛନ୍ତି ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ଗହଲୋତଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶାନ୍ତି ଧରିୱାଲ। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ଉଚ୍ଚନ୍ୟାୟାଳୟଙ୍କ ମୁଖ୍ୟନ୍ୟାୟାଧୀଶମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବେଳେ ଧରିୱାଲ ଗଣମାଧ୍ୟମ ସହ ଆଲୋଚନା କାଳରେ ରାଜସ୍ଥାନର ଜନତା, କଂଗ୍ରେସର ବିଧାୟକ ଓ ପାର୍ଟିର ହାଇକମାଣ୍ଡ ମଧ୍ୟ ଏଇଆ ଚାହାନ୍ତି ଯେ ଗହଲୋତ ମୁଖ୍ୟମନ୍ତ୍ରୀ ରହନ୍ତୁ ବୋଲି ସେ କହିଛନ୍ତି।

{"id":622066,"width":838,"height":559,"sizeSlug":"full","linkDestination":"none"}

ଗହଲୋତଙ୍କ ନିକଟତମ ତଥା ସହର ବିକାଶ, ଆଇନ ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଧରିୱାଲଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଗଣମାଧ୍ୟମଙ୍କ ଗୋଟିଏ ପକ୍ଷ  ସମୟପୂର୍ବରୁ ରାଜସ୍ଥାନ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଲାଗି ସଚ୍ଚିନ ପାଇଲଟ ହାଇକମାଣ୍ଡଙ୍କ ନିକଟରେ ଦାବି ଜଣାଇଥିବାର ଖବର ପ୍ରସାରଣ ହୋଇଥିଲା। ତେବେ ସେତେବେଳେ କଂଗ୍ରେସ ଏକ ଅଧିକାରୀକ ବୟାନରେ ଏପରି ଖବରକୁ ମନଗଢ଼ା ବୋଲି କହିଥିଲା।

{"id":622067,"sizeSlug":"full","linkDestination":"none"}

ତେବେ କିଛି ଦିନ ପୂର୍ବେ ହାଇକମାଣ୍ଡଙ୍କୁ ପାଇଲଟଙ୍କ ସାକ୍ଷାତ ସମ୍ପର୍କରେ ପଚରା ଯିବାରୁ ଏମିତି ଅନେକ ସାକ୍ଷାତ ଆଲୋଚନା ହୁଏ ବୋଲି ଧରିୱାଲ କହିଛନ୍ତି। ତେବେ ଏପରି ଖବରର କୌଣସି ବାସ୍ତବତା ନାହିଁ ବୋଲି ସେ କହିଛନ୍ତି। ରାଜସ୍ଥାନରେ ପଞ୍ଜାବ ଭଳି ପରିସ୍ଥିତି ଉପୁଜିବନିତ ବୋଲି ପଚରା ଯିବାରେ ପଞ୍ଜାବ ପରିସ୍ଥିତି ଓ ରାଜସ୍ଥାନ ରାଜନୀତି ଉଭୟ ଭିନ୍ନ ବୋଲି ଧରିୱାଲ କହିଛନ୍ତି। ଆଗାମୀ ୨୦୨୩ ବିଧାନସଭା ନିର୍ବାଚନ ଗହଲୋତଙ୍କ ନେତୃତ୍ୱ ଲଢାଯିବା ଶତ ପ୍ରତିଶତ ନିଶ୍ଚିତ ବୋଲି ସେ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.