୯୧ କଂଗ୍ରେସ ବିଧାୟକଙ୍କ ଇସ୍ତଫା କାହିଁକି ସ୍ୱୀକାର କରୁନାହାନ୍ତି ବାଚସ୍ପତି, ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

Published By : Prameya-News7 Bureau | December 01, 2022 IST

ଜୟପୁର: କଂଗ୍ରେସ ବିଧାୟକଙ୍କ ସାମୂହିକ ଇସ୍ତଫା ମାମଲାରେ ଏବେ ରାଜସ୍ଥାନ ହାଇକୋର୍ଟରେ ପହଞ୍ଚିଛି । ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ଯାଚିକା ଦାଖଲ କରି ଏହି ପ୍ରସଙ୍ଗ ଉପରେ ସ୍ପଷ୍ଟତା ଏବଂ ଇସ୍ତଫା ସ୍ୱୀକାର କରିବା ନେଇ ଦାବି କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ୱର ୨୫ରେ ରାଜସ୍ଥାନର ୯୦ କଂଗ୍ରେସ ବିଧାୟକ ସିଏଲପି ବୈଠକର ବିରୋଧ କରି ବାଚସ୍ପତିଙ୍କୁ ନିଜର ଇସ୍ତଫା ପଠାଇଥିଲେ ।

ରାଜସ୍ଥାନ ବିଜେପିର ବରିଷ୍ଠ ନେତା ରାଜେନ୍ଦ୍ର ସିଂ ରାଠୋର କହିଛନ୍ତି ୯୧ ବିଧାୟକଙ୍କ ସାମୂହିକ ଇସ୍ତଫା ପରେ ବର୍ତ୍ତମାନର ସରକାର ବିଶ୍ୱାସମତ ହରାଇ ସାରିଛନ୍ତି । ଏହାପରେ ବି କ୍ୟାବିନେଟ ବୈଠକ କରି ନୀତିଗତ ନିଷ୍ପତ୍ତି ନିଆଯାଉଛି । ଏଥିପାଇଁ ରାଜ୍ୟ ବିଧାନସଭାର ଅଧ୍ୟକ୍ଷ ଏବଂ ସଚିବଙ୍କ ନ୍ୟାୟିକ ହସ୍ତକ୍ଷେପ ପାଇଁ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି । ଇସ୍ତଫାକୁ ସ୍ୱୀକାର ନ କରିବା ଏବଂ ବିଶ୍ୱାସ ମତ ବିନା କ୍ୟାବିନେଟର ନିଷ୍ପତ୍ତି ସାମ୍ୱିଧାନିକ ବିଫଳତା ସ୍ଥିତି ସୃଷ୍ଟି ହେଉଛି । ଏହି ସାମ୍ୱିଧାନିକ ସଂକଟ ଉପରେ ସ୍ଥିତି ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି ।     

ବିଧାନସଭାରେ ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର କହିଛନ୍ତି, ସ୍ୱଇଚ୍ଛାରେ ଆସନରୁ ଇସ୍ତଫା ଦେବା ବିଧାୟକଙ୍କ ଅଧିକାର । ବିଧାୟକମାନେ ସେମାନଙ୍କ ହସ୍ତକ୍ଷାର ସହ ଲିଖିତ ରୂପେ ବ୍ୟକ୍ତିଗତ ଭାବେ ଅପସ୍ଥିତି ରହି ବାଚସ୍ପତିଙ୍କୁ ଇସ୍ତଫା ଦେଇଥିଲେ । ବିଧାନସଭାର ପ୍ରକ୍ରିୟା ନିୟମ ୧୭୩ ଅନୁସାରେ ଏହାକୁ ଅବିଳମ୍ୱେ ସ୍ୱୀକାର କରିବା ପାଇଁ ବାଚସ୍ପତି ବାଧ୍ୟ ଅଟନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.