ବିଧାନସଭାରେ ଆସ୍ଥା ଭୋଟରେ ଜିତିଲେ ଗେହଲଟ୍ ସରକାର, ଅଗଷ୍ଟ ୨୧ ପର୍ଯ୍ୟନ୍ତ ଗୃହ ମୁଲତବୀ

Published By : Prameya-News7 Bureau | August 14, 2020 IST

ଜୟପୁର ୧୪।୦୮: ରାଜସ୍ଥାନରେ ଦୀର୍ଘ ସମୟ ଧରି ଜାରି ରହିଥିବା ରାଜନୈତିକ ଟଣା ଓଟରା ପରେ ଆଜି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ବିତର୍କ ପରେ ଧ୍ଵନିମତରେ ଗେହଲଟ ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହା ସହିତ ବିଧାନସଭାକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଗୃହରେ ବିତର୍କର ଜବାବ ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ଉପରେ ଜୋରଦାର ନିଶାଣ କରିଛନ୍ତି। ସେ କହିଛନ୍ତି ବିଜେପି ରାଜ୍ୟରେ ସରକାର ଭାଙ୍ଗିବାକୁ ମନସ୍ଥ କରି ସାରିଥିଲା ହେଲେ ଆମେ ସରକାର ଭାଙ୍ଗିବାକୁ ଦେବୁ ନାହିଁ। ଗୃହ ମନ୍ତ୍ରୀ ଅମିତ୍ ଶାହା ସ୍ଵପ୍ନରେ ରାଜସ୍ଥାନରେ ସରକାର ଗଢିବା ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି କଂଗ୍ରେସର ଇତିହାସ ପଢିଲେ ଆପଣଙ୍କର ଆଖି ଖୋସି ହୋଇଯିବ। ଆଜି ଯିଏ ଦିଲ୍ଲୀରେ ଘମଣ୍ଡ ଦେଖାଉଛନ୍ତି, ଜନତା କେବେ ଏହାକୁ ଓଲଟା କରି ଦେବେ ଜଣା ପଡିବ ନାହିଁ।

wp:html /wp:html

ସଚିନ ପାଇଲଟ ବିତର୍କ ସମୟରେ କହିଛନ୍ତି ଗୃହରେ ସରକାରଙ୍କ କାର୍ଯ୍ୟଶୈଳୀ ନେଇ ଆଲୋଚନା ହେବା ଉଚିତ୍। ଆଜି ମୁଁ ଗୃହରେ ପ୍ରବେଶ କରିବା ମାତ୍ରେ ଦେଖିଲି ମୋ ସିଟ୍ ପଛରେ ରଖାଯାଇଛି। ମୁଁ ଶେଷ ଧାଡିରେ ବସିଛି। ମୁଁ ରାଜସ୍ଥାନରୁ ଆସିଛି, ଯାହା ପାକିସ୍ତାନ ସୀମାରେ ଅବସ୍ଥିତ। ବର୍ଡରରେ ସବୁଠୁ ମଜବୁତ ସିପାହୀ ହିଁ ମୁତୟନ ଥାନ୍ତି। ମୁଁ ଯେ ପର୍ଯ୍ୟନ୍ତ ଏଠାରେ ବସିଛି, ସରକାର ସୁରକ୍ଷିତ ରହିବ।

{"id":314507,"sizeSlug":"large"}

ବିଧାନସଭାରେ ବିରୋଧୀ ଦଳ ନେତା ଗୁଲାବ ଚନ୍ଦ କଟାରିଆ ଗେହଲଟ ସରକାରଙ୍କୁ ନିଶାଣ କରି କହିଛନ୍ତି ଭୁଲ ଆପଣ କରିବେ ଏବଂ ଦୋଷ ଆମ ଉପରେ ଦେବେ। ସରକାରକୁ ବଞ୍ଚାଇବା ପାଇଁ ପଦର ଦୁରୁପଯୋଗ କରିବେ। କଣ ଅନୁମତି ନେଇ ଫୋନ ଟ୍ୟାପିଂ କରାଯାଇଥିଲା ବୋଲି ବିରୋଧୀ ଦଳ ନେତା ଗେହଲଟ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.