‘ଦୁର୍ନୀତି ପାଇଁ କଲେକ୍ଟର-ଏସ୍‌ପି ସବୁ ଫସୁଛନ୍ତି, ମୋ ମନ୍ତ୍ରାଳୟରୁ ବଡ଼ ଅଧିକାରୀ ବି ଧରାପଡ଼ୁଛନ୍ତି’: ଅଶୋକ ଗେହଲଟ

Published By : Prameya-News7 Bureau | November 18, 2021 IST

ଜୟପୁର ୧୮/୧୧: ସବୁଠି ଦୁର୍ନୀତି ହେଉଛି । କିନ୍ତୁ ସରକାରଙ୍କ ବଡ଼ ଚିନ୍ତା ଏହାକୁ କେମିତି ବନ୍ଦ କରିହେବ । ବଡ଼ ବଡ଼ ସରକାରୀ ଅଧିକାରୀ ମଧ୍ୟ ଧରାପଡ଼ୁଛନ୍ତି । କଲେକ୍ଟର ଧରାପଡ଼ୁଛନ୍ତି। ଏସପି ବି ଧରାପଡ଼ିଛନ୍ତି। ଏପରିକି ସସପେଣ୍ଡ ମଧ୍ୟ ହୋଇଛନ୍ତି ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।  ଗଣମାଧ୍ୟମ ସାମ୍ନାରେ ଗେହଲଟ କହିଛନ୍ତି, ‘ଶିକ୍ଷକଙ୍କ କାର୍ଯ୍ୟକ୍ରମ ଥିବାରୁ ମୁଁ ଦୁର୍ନୀତି କଥା କହିଲି। ଏବେ ରାଜସ୍ଥାନର ଏସପି  ଭଲ କାମ କରୁଛନ୍ତି ବୋଲି କହିବାକୁ ଚାହୁଁଛି। ଭାରତରେ ଆଣ୍ଟି କରପ୍ସନ ଡିପାର୍ଟମେଣ୍ଟ ସବୁଠୁ ଭଲ କାମ ରାଜସ୍ଥାନରେ କରୁଛି। ତେବେ ଯେଉଁମାନେ ଧରାପଡ଼ୁଛନ୍ତି ସେମାନେ ତ ଶିକ୍ଷା ବିଭାଗର ନୁହଁନ୍ତି। କେବଳ ଟିଚରଙ୍କ କଥା ନୁହେଁ। ସବୁ ବିଭାଗରେ ଦୁର୍ନୀତି ହେଉଛି।’ 

ଏହା ବ୍ୟତୀତ ଶିକ୍ଷା ବିଭାଗ ଏବଂ ଶିକ୍ଷକଙ୍କୁ ନେଇ ଗେହଲଟ କହିଛନ୍ତି ଯେ ବିଚରା ସେମାନେ ଚିନ୍ତାରେ ଅଛନ୍ତି। ଯଦି ଜଣେ ଶିକ୍ଷକଙ୍କ ଟ୍ରାନ୍ସଫର କରାଯାଏ ତେବେ ସମସ୍ତେ ଟେନସନ​‌ରେ ରହିବେ ତାଙ୍କ ପାଳି କେତେବେଳେ ପଡ଼ିବ। ଏମିତି ହେଲେ ସେ ନା ଟଙ୍କା ଦେବେ ନା ଦୁର୍ନୀତି ହେବ। ଏହା ମୋର ଉଦ୍ଦେଶ୍ୟ ଥିଲା କହିବାକୁ ବୋଲି ସେ କହିଛନ୍ତି। କିନ୍ତୁ ଯେଉଁମାନେ ଧରାପଡ଼ୁଛନ୍ତି ସେମାନେ ଅନ୍ୟ ମନ୍ତ୍ରାଳୟର। ଯେଉଁମାନେ ମୋ ପାଖରେ ଅଛନ୍ତି ସେମାନେ ମଧ୍ୟ ଧରାପଡ଼ୁଛନ୍ତି । ତେଣୁ ଶିକ୍ଷା ବିଭାଗକୁ ନେଇ ଯେଉଁ ଆଲୋଚନା ହେଉଛି ତାହା ମୋର ଉଦ୍ଦେଶ୍ୟ ନଥିଲା ବୋଲି ସିଏମ ଗେହଲଟ କହିଛନ୍ତି ।

wp:html /wp:html

ନିକଟରେ ଗେହଲଟ ଜୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ଅନେକ ଶିକ୍ଷକ ମଧ୍ୟ ସାମିଲ ହୋଇଥିଲେ ।  ଏହି ସମୟରେ ଶିକ୍ଷକଙ୍କୁ ସମ୍ବୋଧନ କରି ଅଶୋକ ଗେହଲଟ ପଚାରିଥିଲେ ଯେ ଏବେ ଟ୍ରାନ୍ସଫର ପାଇଁ ଟଙ୍କା ଦେବାକୁ ପଡ଼ୁଛି କି ? ଏହାର ଜବାବରେ କିଛି ଶିକ୍ଷକ ଏକାସାଙ୍ଗେ ‘ହଁ’ ବୋଲି କହିଥିଲେ। ତାପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦୁଃଖର ବିଷୟ ଶିକ୍ଷକଙ୍କୁ ଟଙ୍କା ଦେଇ ଟ୍ରାନ୍ସଫର କରାଇବାକୁ ପଡ଼ୁଛି। ଏମିତି ଏକ ସିଷ୍ଟମ ଆସନ୍ତା ଯେଉଁଥିରେ ଜଣାପଡ଼ିଯାନ୍ତା କି ଆପଣଙ୍କ ଟ୍ରାନ୍ସଫର ହେବ ଯଦି ଦୁଇ ବର୍ଷ ଲାଗିବ। ଆଉ କାହାକୁ ୩,୪ ବର୍ଷ ଲାଗିବ। ଏଥିରେ କାହାକୁ ନା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନା ବିଧାୟକମାନେ ଆପଣମାନଙ୍କୁ ହଇରାଣ କରିବେ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.