ଦର୍ଜି କହ୍ନେୟାଲାଲଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଦେଲେ ୫୧ଲକ୍ଷର ଚେକ୍

Published By : Prameya-News7 Bureau | June 30, 2022 IST

ଉଦୟପୁର ୩୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଗୁରୁବାର ମୃତ ଦର୍ଜି କହ୍ନେୟା ଲାଲଙ୍କ ପରିବାରକୁ ଭେଟିଛନ୍ତି। ଏହି ଅବସରରେ ପରିବାରକୁ ସାନ୍ତ୍ୱନା ଦେବାସହ ମୁଖ୍ୟମନ୍ତ୍ରୀ ୫୧ ଲକ୍ଷର ଚେକ୍‌ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଭେଟିଥିବା ବେଳେ ମାମଲାର ଏନଆଇଏ ଯାଞ୍ଚ ହେଉଥିବା ଓ ମାସକ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କେହ୍ନେୟାଙ୍କୁ ସୁରକ୍ଷା ଦିଆଯାଇଥିଲା କି ନା, କଣ ଅଭାବ ରହିଯାଇଥିଲାସବୁ କଥା ତଦନ୍ତରୁ ଜଣା ପଡିବ ବୋଲି କହିଛନ୍ତି। ତେବେ ଆମକୁ ଏନଆଇଏ ଯାଞ୍ଚ  ଉପରେ ଭରସା କରିବାକୁ ପଡିବ ଓ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତଦନ୍ତ ନିରପେକ୍ଷ ହେବ ଓ ଏଥିରେ ଆମେ ପୂର୍ଣ୍ଣ ସହଯୋଗ କରିବୁ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।

{"id":649586,"width":841,"height":575,"sizeSlug":"full","linkDestination":"none"}

ଅପରପଟେ କହ୍ନେୟାଲାଲଙ୍କ ହତ୍ୟା ପ୍ରତିବାଦରେ ଗୁରୁବାର ଉଦୟପୁର ସମେତ ଜୟପୁର, ପାଲି, କୋଟା, ଜାଲୋର, ଜୈସାଲମେର ଆଦି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ହିନ୍ଦୁ ସଙ୍ଗଠନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ବନ୍ଦ ଆହ୍ୱାନକୁ ବେପାରୀ ସଂଗଠନମାନେ ସମର୍ଥନ କରିଛନ୍ତି। ଏହି ବନ୍ଦକୁ ମୁସଲମାନ ସମୂଦାୟର ମଧ୍ୟ ସମର୍ଥନ ମିଳିଛି। ଜୟପୁରର ଚାରଦିବାରୀସ୍ଥିତ ରାମଗଞ୍ଜ ବଜାର, ତ୍ରିପୋଲିୟା, ଛୋଟି ଚୌପଡ, ବଡି ଚୌପଡ, ପୁରୋହିତ ଜୀ କା କଟଲା ସମେତ ଜୟପୁରର ସବୁ ବଜାର ବନ୍ଦ ରହିଛି।

ଉପୁଜିଥିବା ପରିସ୍ଥିତିରେ ରାଜସ୍ଥାନକୁ ଗୁଜରାଟ ରୋଡୱେଜ୍ ବସ୍ ଚଳାଚଳ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ଜଣାପଡିଛି ।     ଉଦୟପୁର ସାପୋଟିଆ ଗାଁରେ ଥିବା ଏକ ଇଞ୍ଜିନିୟରିଂ ଫ୍ୟାକ୍ଟ୍ରି ଉପରେ ଏସଆଇଟି ଗୁରୁବାର ଚଢଉ କରିଛି। ଏଠାରୁ ଅନେକ ଧାରୁଆ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କହ୍ନେୟାଲାଲ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଏହି କାରଖାନାରେ ତିଆରି ହୋଇଥିଲା। ଏଠାରେ ସେହି ଭଳି ଆହୁରି ଅନେକ ଅସ୍ତ୍ର ମିଳିଛି। ପୋଲିସ ସେଗୁଡିକୁ ଜବତ କରିଛି। ଗୁରୁବାର ତୃତୀୟ ଦିନ ମଧ୍ୟ ଉଦୟପୁରରେ କର୍ଫ୍ୟୁ ବଳବତ୍ତର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.