ରାଜସ୍ଥାନରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା; ଛତିଶଗଡ଼ ଓ ଏମ୍‌ପି ଢାଞ୍ଚାରେ ହୋଇପାରେ ଚୟନ

Published By : Prameya-News7 Bureau | December 12, 2023 IST

ନୂଆଦିଲ୍ଲୀ: ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମଙ୍ଗଳବାର ବିଧାୟକ ଦଳ ବୈଠକ ପରେ ନାଁ ଘୋଷଣା ହେବ । ମହାରାଣୀ ବସୁନ୍ଧରା ରାଜେଙ୍କ ଉପରେ ଦଳ ଭରସା କରିବ ନା ମଧ୍ୟପ୍ରଦେଶ ଓ ଛତିଶଗଡ଼ ଢାଞ୍ଚାରେ ନୂଆ ଚେହେରା ସାମ୍ନାକୁ ଆଣିବ ବିଜେପି । ଏହି ପ୍ରଶ୍ନ ଉପରେ ଏବେବି ସସ୍‌ପେନ୍ସ ଜାରି ରହିଛି । ତେବେ ଆଜି ସଂଧ୍ୟା ସୁଦ୍ଧା ସବୁ କଳ୍ପନାଜଳ୍ପନା ପୂର୍ଣ୍ଣଚ୍ଛେଦ ପଡ଼ିବ ।

ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିସାରିଛି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ହେବ ବିଷ୍ଣୁଦେବ ସାଏ । ଆସନ୍ତା ୧୩ ତାରିଖରେ ଶପଥ ଗ୍ରହଣ ଉତ୍ସବ ହେବ । ସେହିପରି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପାଇଁ ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ସାଇଟ୍ କରି ମୋହନ ଯାଦବଙ୍କ ଉପରେ ଦଳ ଭରସା କରିଛି ।

wp:embed {"url":"https://www.prameyanews7.com/non-bailable-warrant-against-jaya-prada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/non-bailable-warrant-against-jaya-prada/
/wp:embed

ସେହିପରି  ରାଜସ୍ଥାନରେ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି। ଆଜି ଅପରାହ୍ଣ ୪ଟାରେ ରାଜସ୍ଥାନରେ ବିଧାୟକ ଦଳ ବୈଠକ ବସିବ । ବିଧାୟକଙ୍କ ରାୟ ଆଧାରରେ ରାଜ୍ୟରେ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ନିଷ୍ପତ୍ତି ନେବେ । ରାଜସ୍ଥାନ ପର୍ଯ୍ୟବେକ୍ଷକ ଦାୟିତ୍ବରେ ରହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସରୋଜ ପାଣ୍ଡେ ଓ ବିନୋଦ ତାଓ୍ବଡେ । ବିଧାୟକ ଦଳ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିବେ ପର୍ଯ୍ୟବେକ୍ଷକ । ତେବେ ସୂତ୍ର ଜଣାପଡ଼ି ଯେ, ମହାରାଣୀ ବସୁନ୍ଧରା ରାଜେଙ୍କ ଉପରେ ଭରସା କରିପାରୁନାହିଁ । ତେଣୁ ତାଙ୍କୁ ସାଇଟ୍ କରି ନୂଆ ଚେହେରା ଦେଇପରେ ବିଜେପି। ଅନ୍ୟପଟେ ବିଧାୟକଙ୍କୁ ନେଇ ବସୁନ୍ଧରା ବୈଠକ କରୁଥିବାରୁ ଦଳରେ ବିଦ୍ରୋହ ହେବାର ଆଶଙ୍କା ମଧ୍ୟ ରହିଛି ।

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଏକ ମୁଖ୍ୟମନ୍ତ୍ରୀ ଓ ୨ ଜଣ ଲେଖାଏଁ ଉପ-ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି । ତେବେ ରାଜସ୍ଥାନରେ ସେହି ଢାଞ୍ଚା ଆପଣାଇପାରେ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.