ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାଜସ୍ଥାନ ଉଦୟପୁର ରେଳଲାଇନ ବ୍ଲାଷ୍ଟ ମାମଲା, ଟ୍ରାକ୍ ଉଡ଼ାଇବାକୁ ଲାଗିଥିଲା ଦେଢ କିଲୋର ବିସ୍ଫୋରକ, ସତ ଖୋଜୁଛି ଏନଆଇଏ

15/11/2022 at 1:02 PM

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁର ରେଳଲାଇନ୍ ବ୍ଲାଷ୍ଟ୍ ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ରେଳଓ୍ବେ ଟ୍ରାକକୁ ଉଡ଼ାଇ ଦେବାକୁ ଦେଢ କିଲୋର ବିସ୍ଫୋରକ ବ୍ୟବହାର ହୋଇଥିଲା । ଏହି ବିସ୍ଫୋରଣରେ ରେଳଲାଇନର କେବଳ ନଟ୍ ବୋଲ୍ଟ ନଷ୍ଟ ହୋଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲା ରେଳଓ୍ବେ ଟ୍ରାକ୍ । ସ୍ଥାନୀୟ ଗ୍ରାମବାସୀଙ୍କ ଚତୁରତା ପାଇଁ ଏକ ବଡ଼ ବିପଦ ଟିଳିଥିଲା ।

ଏନଆଇଏର ସୂଚନା ମୁତାବକ, ରାଜସ୍ଥାନର ଉଦୟପୁର ରେଳଲାଇନକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଆତଙ୍କବାଦୀ ଯୋଜନା କରିଥିଲେ । ବ୍ଲାଷ୍ଟ୍ କିଟ୍ ତିଆରି କରିବାକୁ ଲୋକାଲ୍ ଗୁଣ୍ଡାଙ୍କ ସାହାଯ୍ୟ ନେଇଥିଲେ । ଏହି ବ୍ଲାଷ୍ଟ୍ରେ ଦେଢ କିଲୋଗ୍ରାମ ବିସ୍ଫୋରକ୍ ବ୍ୟବହାର କରିଥିଲେ ବିସ୍ଫୋରଣକାରୀ । ଏହାକୁ ବ୍ୟାଟେରୀ ମାଧ୍ୟମରେ ଟ୍ରାକ୍ ସହିତ କେନେସନ୍ କରିଥିଲେ। ତେବେ ପାଓ୍ବାର ସପ୍ଲାଏରେ ସମସ୍ୟା ସୃଷ୍ଟି ହେବାରୁ ବିସ୍ଫୋରଣ ଠିକ୍ ଭାବେ ହୋଇନଥିଲା । ଏଣୁ ରେଳଲାଇନରେ କେବଳ  ନଟ୍ ବୋଲ୍ଟ ନଷ୍ଟ ହୋଇଥିଲା ବୋଲି ଏନଆଇଏ କହିଛି ।  

ରବିବାର ରାତିରେ ଉଦୟପୁର-ଅହମ୍ମଦାବାଦ ରେଲଓ୍ବେ ଟ୍ରାକ୍ ଉଡ଼ାଇବାକୁ ଷଡ଼ଯନ୍ତ୍ର ହୋଇଥିଲା । ରେଳ ଲାଇନରେ ସୁପର ପାଓ୍ବାର ଡିଟୋନିଟର ବ୍ୟବହାର କରାଯାଇଥିଲା । ରାତିରେ ବିସ୍ଫୋରଣ ହେବା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ । ପରେ ଉଦୟପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ, ଆରପିଏଫ ଓ ଏନଆଇଏ ଘଟଣାର ତଦନ୍ତ କରୁଛି ।

   Related Posts