ଗେହଲଟ୍ ଓ ବସୁନ୍ଧରାଙ୍କୁ ଟିପ୍ପଣୀ କରି ଟ୍ରୋଲ୍ ଆରଏଲପି ସାଂସଦ, ସୋସିଆଲ୍ ମିଡିଆରେ ହନୁମାନ ବେନିଓ୍ବାଲଙ୍କୁ ଟାର୍ଗେଟ୍

Published By : Prameya-News7 Bureau | November 29, 2022 IST

ଜୟପୁର: ନିର୍ବାଚନୀ ସଭାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ । ନାଗୌର ସାଂସଦ ହନୁମାନ ବେନିଓ୍ବାଲ ଅଶୋକ ଗେହଲଟଙ୍କୁ ନେଇ ଅଭଦ୍ର ଟିପ୍ପଣ ଦେଇଛନ୍ତି । ଏହା ସହିତ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ମଧ୍ୟ ଟିପ୍ପଣୀ କରିଛନ୍ତି । ବେନିଓ୍ବାଲଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଟ୍ରୋଲ୍ ହେଉଛନ୍ତି ସାଂସଦ ।

ସୂଚନା ଅନୁଯାୟୀ, ରାଜସ୍ଥାନର ଚୂରୁ ଜିଲ୍ଲାର ସରଦାରସହର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରମୁଖ ରାଜନୈତିକ ଦଳର ନେତାମାନେ ନିଜ ପ୍ରର୍ଥୀଙ୍କ ପାଇଁ ସମର୍ଥନ ଲୋଡୁଛନ୍ତି । ଉପ-ନିର୍ବାଚନରେ ଆରଏଲପି ମଧ୍ୟ ନିଜ ପ୍ରାର୍ଥୀ ପାଇଁ ଭୋଟ୍ ମାଗୁଛି । ତେବେ ଏକ ନିର୍ବାଚନୀ ସଭାରେ ଆରଏଲପି ସାଂସଦ ହମୁମାନ ବେନିଓ୍ବାଲ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଅଶୋକ ଗେହଲଟଙ୍କୁ ନେଇ ମଜା କରିବା ସହିତ ଆପତ୍ତି ଜନକ ଟିପ୍ପଣୀ ଦେଇଛନ୍ତି । ସେହିପରି ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ନେଇ ଅଭଦ୍ର ବୟାନ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭଇରାଲ୍ ହେବାରେ ଲାଗିଛି । ସେପଟେ ଏହି ଟିପ୍ପଣୀ ପରେ ସବୁଠୁ ଟ୍ରୋଲ୍ ହେଉଛନ୍ତି ସାଂସଦ ।

ସରଦାରସହର ବିଧାନସଭା ଉପ-ନିର୍ବାଚନରେ ଆରଏଲପି ନିଜର ପ୍ରାର୍ଥୀ ଦେବା ପରେ ରାଜନୀତି ସରଗରମ ହୋଇଛି । ହମୁମାନ ବେନିଓ୍ବାଲ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ୍ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.