ରାଜସ୍ଥାନର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କରୋନା : ୯ଜଣ ଅଫିସର କୋଭିଡ ସଂକ୍ରମିତ
27/08/2020 at 1:13 PM

Image Courtesy : national herald
ଜୟପୁର ୨୭/୮: ଦେଶରେ କରୋନା ସଂକ୍ରମଣ ଜୋରସୋରରେ ବୃଦ୍ଧି ପାଉଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ କାର୍ଯ୍ୟାଳୟ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଏଁ କରୋନା ସଂକ୍ରମଣ ପହଞ୍ଚି ସାରିଲାଣି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୯ଜଣ ଅଧିକାରୀ-କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ସାମ୍ପଲ୍ ନିଆ ଯାଉଛି।
ଏହା ପୂର୍ବରୁ ଅଗଷ୍ଟ ୧୮ତାରିଖରେ ରାଜସ୍ଥାନର ଫଲୌଦିରୁ ବିଧାୟକ ପବ୍ବାରାମ ବିଶ୍ନୋଇଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିଧାୟକ ଶୁକ୍ରବାର ବିଧାନସଭା ଅଧିବେଶନରେ ଯୋଗ ଦେଇଥିଲେ। ବିଧାୟକଙ୍କ ପରିବାରରେ ତାଙ୍କ ବ୍ୟତୀତ ତାଙ୍କ ନାତିଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଉଭୟେ ଏବେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି।
Related Posts
ଦିଲ୍ଲୀରେ ପୁଣି ମାତିଲାଣି କରୋନା: ପଜିଟିଭ ସଂଖ୍ୟା ୭ ମାସରେ ସର୍ବାଧିକ
11 August 2022