ରାଜସ୍ଥାନରେ ଜାରି ରହିଲା ପରିବର୍ତ୍ତନ, ପାଞ୍ଚ ବର୍ଷ ପରେ ପୁୁଣି ବଦଳିଲା ସରକାର

Published By : Prameya-News7 Bureau | December 04, 2023 IST

ଜୟପୁର ୦୪।୧୨ : ରାଜସ୍ଥାନ ପୁଣି ଦେଖିବ ନୂଆ ସରକାର । ରାଜ୍ୟରେ ଜାରି ରହିଲା ପରିବର୍ତ୍ତନ । ୧୯୯୮ରୁ ଚାଲିଆସୁଥିବା ପରିବର୍ତ୍ତନର ଧାରା ୨୦୨୩ରେ ବି ଜାରି ରହିଛି । ପୁଣି ଥରେ ରାଜସ୍ଥାନରେ ବଦଳିଛି ସରକାର । କ୍ଷମତାକୁ ଆସିଛି ବିରୋଧୀ ଦଳ । ଇତିମଧ୍ୟରେ ସରକାର ଗଢିବା ପାଇଁ ବି ବିଜେପି କରୁଛି ରଣନୀତି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ହୋଇପାରେ ଘୋଷଣା ।

ଖବର ଅନୁଯାୟୀ, ୧୯୯୦ ଏବଂ ୧୯୯୩ର ବିଧାନସଭା ନିର୍ବାଚନରେ ଲଗାତର ଭାବେ ବିଜେପି ବିଜୟୀ ହୋଇ ସରକାର ଗଢିଥିଲା । କିନ୍ତୁ ୧୯୯୮ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆସିଲା ପରିବର୍ତ୍ତନର ସ୍ୱର । ନିର୍ବାଚନରେ ବିଜୟୀ ହୋଇଥିଲା ଜାତୀୟ କଂଗ୍ରେସ । ୧୧ ତମ ବିଧାନସଭା ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇ ସରକାର ଗଢିଲା କଂଗ୍ରେସ । ଏହାପରେ ପାଞ୍ଚ ବର୍ଷ ମାନେ ୨୦୦୩ରେ ପୁଣି ଥରେ ହେଲା ବିଧାନସଭା ନିର୍ବାଚନ । ୨୦୦୩ରେ ହୋଇଥିବା ୧୨ତମ ବିଧାନସଭା ନିର୍ବାଚନରେ ବାଜି ମାରିଥିଲା ବିରୋଧୀ ବିଜେପି । ଦଳ ପୁର ବହୁମତ ସହ ରାଜ୍ୟରେ ଗଢିଥିଲା ସରକାର । ପୁରା କାର୍ଯ୍ୟକାଳ ମଧ୍ୟ ଶେଷ କରିଥିଲା ।

୨୦୦୮ରେ ହୋଇଥିବା ୧୩ ତମ ବିଧାନସଭା ନିର୍ବାଚନ । ପୂର୍ବ ପରି ଏହି ନିର୍ବାଚନରେ ବି ସମାନ ଅବସ୍ଥା ହୋଇଥିଲା ।ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲା ଶାସକ ଦଳ । ଆଉ ବିଜୟୀ ହୋଇଥିଲା ବିରୋଧୀ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିକୁ ହରାଇ ବିରୋଧୀ କଂଗ୍ରେସ କଲା ବାଜିମାତ୍‌ ।

wp:embed {"url":"https://www.prameyanews7.com/who-will-be-the-chief-minister-of-chhattisgarh-7-leaders-are-in-the-race-with-raman-singh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/who-will-be-the-chief-minister-of-chhattisgarh-7-leaders-are-in-the-race-with-raman-singh/
/wp:embed

୨୦୧୩ରେ ପୁଣି ଥରେ ରାଜ୍ୟରେ ହେଲା ବିଧାନସଭା ନିର୍ବାଚନ । ଏଥିରେ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା ବିଜେପି । ଆଉ ଶାସକ କଂଗ୍ରେସକୁ ବଡ଼ ବ୍ୟବଧାନରେ କରିଥିଲା ପରାଜୟ । ୨୦୧୩ରେ ହୋଇଥିବା ୧୪ ତମ ନିର୍ବାଚନରେ ବିଜେପି କରିଥିଲା ବାଜିମାତ୍‌ । ବିଜେପି ନେତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପୁରା ପାଞ୍ଚ ବର୍ଷ ଯାଏଁ ସୁରୁଖୁରୁରେ ସରକାର ଚଲାଇଥିଲା ବିଜେପି ।

ଏହାପରେ ଆସିଲା ୧୫ ତମ ବିଧାନସଭା ନିର୍ବାଚନ । ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣି ଥରେ ହେଲା ପରିବର୍ତ୍ତନ । ଶାସକ ଦଳ ବିଜେପିକୁ ହରାଇ ଶାସନ ଗାଦିକୁ ଫେରିଥିଲେ କଂଗ୍ରେସ । ଅଶୋକ ଗେହଲୋଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବହୁ ବାଧା ବିଘ୍ନ ସହ ପୁରା ପାଞ୍ଚ ବର୍ଷ ଧରି ସରକାର ଚଳାଇଥିଲା କଂଗ୍ରେସ । ଏବେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ୨୦୨୩ରେ ହୋଇଥିବା ୧୬ ତମ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛି କଂଗ୍ରେସ । ବିରୋଧୀ ବିଜେପି ଏକକ ଦଳ ଭାବେ ପୁଣି କ୍ଷମତାକୁ ଫେରିଛି ।

wp:embed {"url":"https://www.prameyanews7.com/no-cheteshwar-pujara-and-ajinkya-rahane-in-the-test-squad-against-south-africa/","type":"wp-embed","providerNameSlug":"prameya-news-7"}
https://www.prameyanews7.com/no-cheteshwar-pujara-and-ajinkya-rahane-in-the-test-squad-against-south-africa/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.