ମିଳିଲା ନିଖୋଜ କ୍ରିକେଟର ରାଜଶ୍ରୀଙ୍କ ପତ୍ତା, ସ୍କୁଟି ଠାରୁ ୨୦୦ ମିଟର ଦୂରରେ ଝୁଲୁଛି ମୃତଦେହ

Published By : Prameya-News7 Bureau | January 13, 2023 IST

କଟକ ୧୩/୦୧: ଶେଷରେ ନିଖୋଜ କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଛି ପତ୍ତା । ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁଡି ଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ କରାଯାଇଛି । ରାଜଶ୍ରୀଙ୍କ ସ୍କୁଟିଠାରୁ ମାତ୍ର ୨୦୦ ମିଟର ଦୂରରୁ ମିଳିଛି ମୃତଦେହ । ଏହାସହ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ସୂଚନା ।

ସୂଚନା ଥାଉକି, ଓଡ଼ିଶା ମହିଳା କ୍ରିକେଟ୍‌ ସିନିୟର୍‌ ଟିମ୍‌ ଚୟନ ପ୍ରକ୍ରିୟାରେ ବାଦ୍‌ ପଡ଼ିଯିବା ପରେ ହଠାତ୍‌ ଜଣେ ଖେଳାଳି ହୋଟେଲ୍‌ରୁ ନିଖୋଜ ହୋଇଯାଇଥିଲେ । ନିଖୋଜ କ୍ରିକେଟିୟର୍‌ ହେଲେ ରାଜଶ୍ରୀ ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଅଞ୍ଚଳରେ । କ୍ୟାମ୍ପରେ ନିଜର ଦକ୍ଷତା ପରୀକ୍ଷା ଦେବାକୁ ଆସି ଟିମ୍‌ରୁ ବାଦ୍‌ ପଡ଼ିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯିବା ଖବର ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ସମେତ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତାଙ୍କ ମୋବାଇଲ୍‌ ନମ୍ବର ସୁଇଚ୍‌ଡ୍‌ ଅଫ୍‌ ରହିଥିବା ବେଳେ ତାଙ୍କ କଳା ରଙ୍ଗର ଆକ୍ଟିଭା ସ୍କୁଟି ଏବଂ ହେଲ୍‌ମେଟ୍‌ ଆଠଗଡ଼ ବନଖଣ୍ଡ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂରୁ ବ୍ରାହ୍ମଣବସ୍ତ ରାସ୍ତାର ତାଳଧଣ୍ଡି ରାସ୍ତାରେ ଏକ ଜଙ୍ଗଲ ନିକଟରୁ ମିଳିଥିଲା ।

ଗାଡ଼ି ଏବଂ ହେଲମେଟ୍‌ ମିଳିଥିଲେ ହେଁ ରାଜଶ୍ରୀଙ୍କର ସନ୍ଧାନ ମିଳିପାରିନଥିଲା । ତେବେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମାଆ । ଚୟନ ପ୍ରକ୍ରିୟାରେ ମୋ ଝିଅ ପ୍ରତି ଅନ୍ୟାୟ ହୋଇଛି । ଚୂଡ଼ାନ୍ତ ତାଲିକାରୁ ମୋ ଝିଅ ନାଁ ଜାଣିଶୁଣି କାଟି ଦିଆଯାଇ ଛି। “ମୋ ଝିଅ ଭଲ ଖେଳେ”। ତାଲିକାରୁ ନାଁ କଟିଯିବା ପରେ ଚାପରେ ଥିଲା ରାଜଶ୍ରୀ । “ତାକୁ ମାରି ଦେଇ ଲୁଚାଇ ରଖାଯାଇଛି “। “ଘଟଣାକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ତାଙ୍କ ମାଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.