ଭୁବନେଶ୍ୱର ୦୮।୦୨ - ଭଦ୍ରକ ଭିଡିଓ ଭାଇରାଲ ପରେ ଛାତ୍ରୀର ମୃତ୍ୟୁ ଘଟଣାକୁ ନେଇ ଏବେ ରାଜଧାନୀ ରାଜନୀତି ସରଗରମ ହୋଇଛି। ସେପଟେ ଏହି ଘଟଣା ନେଇ ପୂର୍ବାଞ୍ଚଳ ଆଇଜି ଜିଲ୍ଲା ଏସପିଙ୍କ ସହିତ ଆଲୋଚନା କରିଛନ୍ତି। ବାସୁଦେବପୁର ପୋଲିସ ଏହାର ତଦନ୍ତ କରିବ ବୋଲି ସୂଚନା ଦେଇଥିବା ବେଳେ ଥାନା ଅଧିକାରୀ କିନ୍ତୁ ଏହାକୁ ମାନିବାକୁ ନାରାଡ। ଏହା ଭିତରେ ନ୍ୟାୟରୁ ଦୂରେଇ ଯାଇଛି ବିନିଙ୍କ ମୃତ୍ୟୁ ଘଟଣା। …..
{"id":222010,"sizeSlug":"large"}ଭଦ୍ରକ ବାସୁଦେବପୁର ବିନି ମୃତ୍ୟୁ ଘଟଣା ଏବେବି ରହସ୍ୟାବୃତ ହୋଇ ରହିଥିବା ବେଳେ ଏବେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ପୋଲିସର ଏଭଳି ସାଇଲେନ୍ସ ମୁଦ୍ରାକୁ ସମାଲୋଚନା କରିଛନ୍ତି ରାଜନୈତି ଦଳଗୁଡ଼ିକ ।
{"id":222011,"sizeSlug":"large"}ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ଫେଲ ମାରିଛନ୍ତି । ଆଜି ପର୍ଯ୍ୟନ୍ତ କେତେ ହେଷ୍ଟଲ ବେଆଇନ ଭାବେ ଚାଲୁଛି ତାର ହିସାବ ସରକାରଙ୍କ ପାଖରେ ନାହିଁ।
{"id":222012,"sizeSlug":"large"}କିମ୍ବା ସରକାର ଏନେଇ କୌଣସି ଆଇନ ପ୍ରଣୟନ କରିନାହାନ୍ତି ବୋଲି ବିଜେପି କହିଛି। ସେପଟେ କଂଗ୍ରେସ କହିଛି ସରକାରୀ ଦଳର ହାତ ଥିବାରୁ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉନି । ମେସ୍ ମାଲିକଙ୍କ ପରିବାର ଏକ ନିର୍ଦ୍ଦିଷ୍ଟ ଦଳ ସହ ସଂପୃକ୍ତ ଥିବା କଂଗ୍ରେସ ଅଭିଯୋଗ କରିଛି।
{"id":222013,"sizeSlug":"large"}ଏପଟେ ପୂର୍ବଞ୍ଚଳ ଆଇଜି ଭଦ୍ରକ ଗସ୍ତରେ ଯାଇଥିବା ବେଳେ ଏକ ବୈଠକରେ ଏସପି,ଏସଡିପିଓ ,ଜିଆରପି, ବସୁଦେବପୁର ପୁର ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।
{"id":222014,"sizeSlug":"large"}ସୂଚନା ଅନୁସାରେ ବାସୁଦେବ ପୁର ପୋଲିସ ଏବଂ ଜିଆରପି ମିଶି ବିନି ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ । ବୋଲି ଜିଆପି ଓଆଇସି ଫୋନ ଯୋଗେ ସୂଚନା ଦେଇଥିବା ବେଳେ ବାସୁଦେବ ପୁର ଥାନା ଅଧିକାରୀ କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। ପୋଲିସର ଏଭଳି ଟାଳଟୁଳ ନୀତି ଦେଖି ରାଷ୍ଟ୍ରୀୟ ମାଦବଧିକାର ପରିଷଦ ଏବେ ଓଡିଶା ମାନବଧିକାର କମିଶନ ପାଖରେ ଫେରାଦ ହେବ ବୋଲି କହିଛି।
ଜିଆରପି ଏବଂ ବାସୁଦେବ ପୁର ପୋଲିସର ଏଭଳି ଅବହେଳାରେ ବିନି ନ୍ୟାୟ ପାଇବା ସନ୍ଦେହ ଉପୁଜୁଛି । କାରଣ ଏସପି ନିର୍ଦେଶ ଦେବା ପରେ ବି ବାସୁଦେବପୁର ପୋଲିସ ଆକ୍ସନକୁ ଆସୁନାହିଁ। ଏହା ପୋଲିସ ମନବୃତ୍ତି ସ୍ପଷ୍ଟ କରୁଛି।