ବିଧାନସଭା ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂହ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର ୨୭|୬: ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂହ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଖରୀ ଆରୁଖ ସମର୍ଥନ ଜଣାଇଥିଲେ। ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂହଙ୍କ ନାଁ ଘୋଷଣା କରିଛନ୍ତି ।

ଉପବାଚସ୍ପତି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବିଜେଡ଼ି । କିନ୍ତୁ ବିରୋଧୀ ଦଳ ପକ୍ଷରୁ କେହି ପ୍ରାର୍ଥୀ ହୋଇନଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ନିନ୍ଦ୍ବନ୍ଦରେ ରଜନୀକାନ୍ତ ଉପବାଚସ୍ପତି ହୋଇଛନ୍ତି ।

ରଜନୀକାନ୍ତ ସିଂ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ ରହିସାରିଛନ୍ତି । ଉପବାଚସ୍ପତି ପଦର ମର୍ଯ୍ୟାଦା ରଖିବା ସହ ଦାୟିତ୍ୱ ସୂଚାରୁରୂପେ ତୁଲାଇବେ ବୋଲି ସମସ୍ତେ ଆସ୍ଥା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.