RRRକୁ ମିଳିଲା ବଡ ସଫଳତା, ରାଜାମୌଲି ପାଇଲେ ବେଷ୍ଟ ଡାଇରେକ୍ଟର ଆୱାର୍ଡ

Published By : Prameya-News7 Bureau | December 04, 2022 IST

ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍.ଏସ୍‌ ରାଜାମୌଲି।  ନ୍ୟୁୟର୍କ ଚଳଚ୍ଚିତ୍ର ସମାଲୋଚକ ସର୍କଲ (NYFCC) ର ବେଷ୍ଟ ଆଡଭେଞ୍ଚର ଫିଲ୍ମ 'RRR' ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ସମ୍ମାନଜନକ ପୁରସ୍କାର ଜିତିବା ପାଇଁ ରାଜାମୌଲିଙ୍କ ପାଇଁ ଅଭିନନ୍ଦନ ଶୁଅ ଛୁଟୁଛି । ତାଙ୍କର ଅନେକ ଶୁଭେଚ୍ଛୁମାନେ ବିଶ୍ଵର ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଜିତି ଇତିହାସ ସୃଷ୍ଟି କରିବେ ବୋଲି ଆଶା କରୁଛନ୍ତି । ଆସନ୍ତା ବର୍ଷ ଓସ୍କାର ପାଇଁ ବିଭିନ୍ନ ବର୍ଗରେ ବିଚାର ପାଇଁ 'RRR'କୁ ନୋମିନେଟ୍‌ କରାଯାଇଛି ।

ଏହି ଆୱାର୍ଡ ରାଜାମୌଲିଙ୍କ ସହ ରାମଚରଣ , ଏନଟିଆଙ୍କୁ ବି ସମ୍ମାନ କରାଯାଉଛି । କାହିଁକି ନା ସେ ବି ଏହି ଆୱାର୍ଡର ସମକକ୍ଷ। ଚିତ୍ତବିନୋଦନ ପାଇଁ ସଫଳତା ପାଇଁ ଯୁବ ଅଭିନେତାଙ୍କୁ ଟ୍ରୁ ଲେଜେଣ୍ଡ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯେତେବେଳେ ରାମ ଚରଣଙ୍କୁ ପଚରାଯାଇଥିଲା ଯେ ସେ ଏହି ଫିଲ୍ମ ପାଇଁ ଓସ୍କାର ପାଇବେ କି ନାହିଁ, ସେ କହିଥିଲେ, "ମୁଁ ଏହାକୁ ପାଇଛି କି ସବୁଠାରୁ ବଡ କଥା ଆଗକୁ କଣ ପାଇବି କି ନାହିଁ ଜାଣିନି ।

ଭାରତରୁ ବିଶ୍ୱ ପର୍ଯ୍ୟନ୍ତ ସମସ୍ତେ 'ଆରଆରଆର'ର ପୂରା ଟିମ୍ ରାଜାମୌଲିଙ୍କୁ NYFCC ପୁରସ୍କାର ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । 'RRR ଚଳଚ୍ଚିତ୍ର'ର ଏକ ଟୁଇଟ୍‌ରେ କୁହାଯାଇଛି ଯେ ଆମେ କେତେ ଖୁସି ଏବଂ ଗର୍ବିତ ତାହା ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.