oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘RRR’, ବୟକଟ୍‌ ପାଇଁ ଟ୍ବିଟ୍‌ରେ ହେଉଛି ଟ୍ରେଣ୍ଡ

24/03/2022 at 10:09 AM

ମୁମ୍ବାଇ ୨୪।୦୩ : ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘RRR’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ଲୋକମାନେ ବହୁତ ସମୟ ଅପେକ୍ଷା କରିଛନ୍ତି । ହେଲେ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। କିନ୍ତୁ ଜୁନିୟ ଏନ୍‌ଟିଆର ଏବଂ ରାମ ଚରଣ ତେଜାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରସ୍ତୁତ। ହେଲେ ରିଲିଜ୍‌ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।

ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକଙ୍କ ଭିତରେ ରାଗ ପଶି ଯାଇଛି । ଫିଲ୍ମକୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଚଳଚ୍ଚିତ୍ର ନ ଦେଖିବା ବିଷୟରେ କହୁଛନ୍ତି । ଲୋକଙ୍କ କିହିବା ଅନୁଯାୟୀ ଅ ଏହି ଚଳଚ୍ଚିତ୍ରଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।

ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଆମେ RRR ଦେଖିବା ନାହିଁ । ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ । ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ଜଣେ କହିଛନ୍ତି -ଫିଲ୍ମର ନିର୍ମାତାଙ୍କୁ ପ୍ରତିଶୃତି ଭଙ୍ଗ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ RRR ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ଦୁଇ ଭାରତୀୟ ବିପ୍ଳବୀ, ଆଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ କାହାଣୀ ଉପରେ ଆଧାରିତ । ଏହି କାହାଣୀ ବ୍ରିଟିଶ ଶାସନ କାଳର। ଚର୍ଚ୍ଚିତ ଫିଲ୍ମଟି ରିଲିଜ ହେବାର ଦୁଇ ଦିନ ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି ।

   Related Posts