ରାଜଧାନୀରେ ଫୁଟିଲା ଗୁଳି : ଭୋଜନାଳୟରେ ଦୁଇ ଗୋଷ୍ଠୀଙ୍କ ଭିତରେ ଝଗଡାରୁ ଗୁଳିକାଣ୍ଡ, ଜଣେ ଆହତ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୦୪।୦୩ : ରାଜଧାନୀରେ ଫୁଟିଲା ଗୁଳି । ଭୁବନେଶ୍ବର ଉପକଣ୍ଠ ଚନ୍ଦକା ନିକଟରେ ଗୁଳି ମାଡ ହୋଇଥିବାର ଖବର ମିଳିଛି । ତେବେ ଗୁଳିମାଡରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚନ୍ଦକା ନିକଟରେ ଥିବା ଏକ ଭୋଜନାଳୟରେ ଖାଦ୍ୟ ଖାଇବା ସମୟରେ  ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିବାଦର ପରିମାଣ ଏତେ ଥିଲା ଯେ, ଗୁଳିମାଡ ପର୍ଯ୍ୟନ୍ତ କଥା ଯାଇଥିଲା । ଅନ୍ୟ ଗୋଷ୍ଠୀ ଜଣେ ଯୁବକ ଗୁଳିମାଡ କରିଥିଲେ । ଏବଂ ଗୁଳିଟି ଯାଇ ଜଣେ ଯୁବକର କାନ୍ଧରେ ବାଜିଥିଲା । ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.