ରଜ ମହୋତ୍ସବରେ ସାମିଲ ହେଲେ ରାଜନେତା ଓ ଅଭିନେତା

Published By : Prameya-News7 Bureau | June 15, 2022 IST

ଚଣ୍ଡୀଖୋଲ ୧୫/୦୬: ରଜ ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ଗାଁଠୁ ସହର ସବୁଠି ଜମୁଛି ରଜ ଆସର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଭୂଷଣ୍ଡପୁର ପଂଚାୟତରେ ରଜ ମହୋତ୍ସବ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ।

ଭୂଷଣ୍ଡପୁର ପଂଚାୟତର ସରପଞ୍ଚଙ୍କ ଅଧକ୍ଷତାରେ ଏହି ରଜ ମହୋତ୍ସବକୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ଉଦଘାଟନ କରିଥିଲେ । ବହୁ ବର୍ଷ ଧରି ଏଠାରେ ରଜ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା । କରୋନା କଟକଣା ହଟିବା ପରେ ଧୁମ ଧାମରେ ପାଳନ ହେଉଛି ରଜ ମହୋତ୍ସବ ।

wp:gallery {"linkTo":"none"} /wp:gallery

ଏହି ମହୋତ୍ସବରେ ଓଡିଶୀ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ, ଓଲିଉଡ ଅଭିନେତ୍ରୀ ଶୀତଲଙ୍କ ସହ ବହୁ କଳାକାର ଯୋଗ ଦେଇଥିଲେ । କୁନି କୁନି କଳାକାରଙ୍କୁ ନେଇ ସଂଗୀତ, ନୃତ୍ୟ, ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ତିନି ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରଜ ମହୋତ୍ସବ ଅନୁଷ୍ଠିତ ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.