ଆଜି ରଜ ଉତ୍ସବର ଶେଷ ଦିନ
16/06/2018 at 5:36 AM

ଆଜି ରଜ ଉତ୍ସବର ଶେଷ ଦିନ । ଆଜିର ଦିନକୁ ଭୂମିଦାହ ବା ଭୂମି ଦହନ ବୋଲି କୁହାଯାଏ । ଘରେ ଘରେ ପୋଡ ପିଠା ସହ ବିଭିନ୍ନ ପିଠାର ମହକ । ପାଦରେ ଅଳତା, ମୁଣ୍ଡରେ କୁଙ୍କୁମ ଲଗାଇ ରଜ ଦୋଳରେ ଝୁଲୁଛନ୍ତି ଝିଅ ବୋହୂ । ଦୋଳି ଖେଳିବା ସହ ପୁଚି ଏବଂ ଅନ୍ୟ ଖେଳରେ ସମୟ ବିତାନ୍ତି ସମସ୍ତେ । ଅନ୍ୟପଟେ ପୁଅମାନେ ଲୁଡୁ, ତାସ, ବାଗୁଡି ଖେଳରେ ମସଗୁଲ୍ ରୁହନ୍ତି । ରଜରେ ଖାଲି ପାଦରେ ଚାଲିଲେ ମାଟି ମା’କୁ ଅପମାନେ ସଦୃଶ ହୋଇଥାଏ । ତେଣୁ କୌଣସି ଝିଅ ବୋହୁ ଖାଲି ପାଦରେ ଚାଲନ୍ତିନି । ଏସବୁ ଭିତରେ ରଜରେ ପାନ ଖାଇବାକୁ କେହି ଭୁଲନ୍ତିନି । ପାନ ଖଣ୍ଡେ ନଖାଇଲେ ରଜ ଯେଭଳି ଫିକା ଲାଗେ । …