Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କଟକରେ ଜମିଲା ରଜ, ମେଲୋଡି କାର୍ଯ୍ୟକ୍ରମରେ ଝୁମିଲେ ଯୁବପୀଢି

16/06/2022 at 3:03 PM

କଟକ ୧୬।୦୬: ରଜ ପାଇଁ ସବୁଠି ଉତ୍ସବର ମାହୋଲ । ଦୁଇ ବର୍ଷ ପରେ ସମସ୍ତେ ଏକାଠି ହୋଇ ରଜ ପାଳୁଛନ୍ତି । ରଜ ଉପଲକ୍ଷେ କଟକ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ରଜ ଦୋଳି ଖେଳିବା ସହ ଜମିଥିଲା ପିଠା, ମିଠା ଓ ପାନର ଆସର । ମେହେନ୍ଦି ଲଗାଇ ନାଚଗୀତରେ ମସଗୁଲ ହୋଇଥିଲେ ସମସ୍ତେ । ସାସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀଙ୍କ ଦ୍ବାରା ପରିବେଷିତ ୯୦ ଦଶକର ଗୀତରେ ସମସ୍ତେ ଝୁମିଥିଲେ ।

 ରଜ ପାଇଁ ଚାରିଆଡେ ଧୁମ୍ । ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ । ଲାଗିଛି ରଜ ଦୋଳି । ତା ସାଙ୍ଗକୁ ପୋଡ ପିଠା, ମଣ୍ଡା ପିଠା , ଛଣା ପିଠା ଏବଂ ଆହୁରି ଭଳିକି ଭଳି ପିଠା  ଓ ଖାଦ୍ୟ । ପାଖରେ ଭଙ୍ଗା ଚାଲିଛି ରଜ ପାନ । ଆଉ ଏପଟେ ଝିଅ ବୋହୂମାନେ ବସି ହାତରେ ମେହେନ୍ଦି ଲଗାଉଛନ୍ତି । ଫଟୋ ଉଠାଇବାକୁ ସେଲ୍‌ଫି ଜୋନ ମଧ୍ୟ କରାଯାଇଛି । ଏମିତି କିଛି ମାହୋଲ ଦେଖିବାକୁ ମିଳିଥିଲା କଟକ କ୍ଲବରେ । ରଜ ପାଇଁ କ୍ଲବ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ , ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମଜା ଉଠାଇଥିଲେ ।

ତେବେ ମାହୋଲକୁ ଆହୁରି ରଙ୍ଗାରଙ୍ଗ କରିଥିଲା ଓଡିଆ କଣ୍ଠଶିଳ୍ପୀଙ୍କ ଦ୍ବାରା ପରିବେଷିତ ଓଡିଆ ସିନେମାର କିଛି ଏଭରଗ୍ରୀନ୍ ଗୀତ । କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଶର୍ମିଷ୍ଠା ସରକାର, ସତ୍ୟଜିତଙ୍କ କଣ୍ଠରୁ ଶୁଣିବାକୁ ମିଳିଥିଲା ୯୦ ଦଶକର କିଛି ଓଡିଆ ଗୀତ ।  ମୁଁ ପରଦେଶୀ ଚଢେଇ, ଫୁର୍‌ କିନା ଉଡି ଗଲା ବଣି, ଯାରେ ଉଡି ଏ ମୋର ଗୁଡି, ଆଲୋ ହୁଣ୍ଡି ପଇସାରେ ପାନ କେତେ ଖଣ୍ଡି ଭଳି ଗୀତକୁ ଶୁଣି ସମସ୍ତେ ପୁରୁଣା ଦିନକୁ ମନେ ପକାଇଥିଲେ । ଏହାସହ ନାଚଗୀତରେ ମସଗୁଲ୍ ହୋଇଥିଲେ ସମସ୍ତେ ।

   Related Posts