suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲେଶ୍ବରରେ ଧୁମଧାମରେ ପାଳିତ ହୋଇଛି ରଜ, ବିଭିନ୍ନ ପ୍ରତିଯୋଗିତାରେ ୩ ଶହରୁ ଅଧିକ ପ୍ରତିଯୋଗୀ ସାମିଲ

15/06/2019 at 3:50 PM

ବାଲେଶ୍ବର (ବ୍ରହ୍ମ ରଥ) ୧୫|୬: ଗଣ ପର୍ବ ରଜ ପାଇଁ ଦୁଲୁକୁଛି ପୁରପଲ୍ଲୀ । ବାଲେଶ୍ବର ଟାଉନ ହଲ୍ ପରିସରରେ ଧୁମଧାମରେ ପାଳିତ ହୋଇଛି ରଜ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଆସିଛି ରଜ । ସମସ୍ତେ ଯେମିତି ଏଇ ମଉକାକୁ ଟିକିଏ ଚାହିଁରହିଥିଲେ । ସେଥିପାଇଁ ତ ମଉଜ ମଜଲିସ୍ ରେ ମାତିଯାଇଛନ୍ତି ସମସ୍ତେ । ବାଲେଶ୍ବର ଟାଉନ ହଲ୍ ପରିସରର ଦୃଶ୍ୟ କିଛି ନିଆରା । ସଜବାଜ ହେଇ ସୁସଜ୍ଜିତ ଦୋଳି ଖେଳରେ ଝୁଲୁଛନ୍ତି ଝିଅ ବୋହୂ । ଆଉ ଏହାସହ ଚାଲିଛି ପୁଚି ଖେଳ । ଏଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା । ୩ ଶହରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ ।

ମଞ୍ଚ ଉପରେ ବିଭିନ୍ନ ପ୍ରକାର ଫଳ ସବୁ ସଜା ହୋଇ ରଖାଯାଇଛି । ଆମ୍ବ, ପଣସ, ସପୁରୀ ଆଦି ଟୋକେଇରେ ଥୁଆ ହୋଇଛି । ସେପଟେ ଅତିଥିମାନଙ୍କୁ ଆରିସା, କାକରା, ଖଜୁରୀ କୋଳି ଆଦି ପରସା ଯାଇଥିଲା । ସବୁ ଭିତରେ ରଜ ପାନକୁ ଭୁଲି ନଥିଲେ କେହି । ସଜବାଜ, ପୁଚି ଖେଳ, ଲୁଡୁ ଖେଳ ଆଦି ପ୍ରତିଯୋଗିତାର ବେଶ ମଜା ଉଠାଇଥିଲେ ଦର୍ଶକ ।

ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ବାଲେଶ୍ବର ଟାଉନ ହଲ୍ ପରିସରରେ  ଆୟୋଜିତ ହେଉଛି ରଜ ପର୍ବ । ପରମ୍ପରା ଦିନକୁ ଦିନ ହଜିଯାଉଥିବାବେଳେ, ଆୟୋଜକଙ୍କ ଏ ପ୍ରକାର ଉଦ୍ୟମ ସତରେ ବେଶ୍ ପ୍ରଶଂସନୀୟ ।

   Related Posts