ୟୁନିଫର୍ମ ସିଭିଲ କୋଡ୍ ଲାଗୁ ସହ ତୁରନ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ରାଜ ଠାକ୍‌ରେଙ୍କ ଅନୁରୋଧ

Published By : Prameya-News7 Bureau | May 22, 2022 IST

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍) ମୁଖ୍ୟ ରାଜ ଠାକରେ ରବିବାର ପୁଣେରେ ଏକ ପବ୍ଲିକ୍‌ ରାଲି କରିଛନ୍ତି। ରାଲିକୁ ସମ୍ବୋଧନ କରି ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ କଥା ଉଠାଇଛନ୍ତି ଠାକରେ। ଏହାକୁ ଲାଗୁ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଅନୁରୋଧ କରିଛନ୍ତି। ତା ସହିତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ନିୟମ ଆଣିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏନେଇ ସେ କହିଛନ୍ତି " ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେ ଯେତେଶୀଘ୍ର ହେବ ଦେଶର ସମାନ ଆଚରଣ ସଂହିତା ଲାଗୁ କରନ୍ତୁ। ତା ସହିତ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ମଧ୍ୟ ଏକ ଆଇନ ଆଣନ୍ତୁ। ଏବଂ ଔରଙ୍ଗାବାଦକୁ ସମ୍ଭାଜୀନଗର ଭାବରେ ନାମିତ କରନ୍ତୁ।"

ରାଲିରେ ଏମ୍‌ଏନ୍‌ଏସ୍‌ କର୍ମୀଙ୍କୁ ସମ୍ବୋଧନ କରି ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ) ସରକାରକୁ ଟାର୍ଗେଟ୍ କରିଛନ୍ତି ରାଜ ଠାକରେ। ଏମ୍‌ଭିଏ ଔରଙ୍ଗାବାଦରେ ଲୋକସଭା ଆସନ ଜିତିବାକୁ AIMIMକୁ ଅନୁମତି ଦେଇଛି ବୋଲି ରାଜ ଠାକେର ଅଭିଯୋଗ କରିଛନ୍ତି।

ସେ କହିଛନ୍ତି "AIMIM ଦଳ ବିସ୍ତାର କରିବା ପାଇଁ ଏମ୍‌ଭିଏ ସରକାର ଦାୟୀ। ଆଶ୍ଚର୍ଯ୍ୟ ଲାଗୁଛି ଯେ AIMIMର ପ୍ରାର୍ଥୀ(ଇମ୍‌ତିଆଜ ଦଲୀଲ) ଔରଙ୍ଗାବାଦ ଲୋକସଭା ଆସନରେ ଶିବସେନା ପ୍ରାର୍ଥୀ(ଚନ୍ଦ୍ରକାନ୍ତ ଖୈରେ)ଙ୍କୁ ପରାସ୍ତ କରି ସାଂସଦ ହୋଇଛନ୍ତି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.