suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋମବାର ଫାଲଗୁନ ଅମାବାସ୍ୟା ସହ ଆରମ୍ଭ ହେଉଛି ପଞ୍ଚକ, ଜାଣନ୍ତୁ ଶୁଭ ନା ଅଶୁଭ

19/02/2023 at 9:49 PM

ଫାଲଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା କୁହାଯାଏ। ଏହି ଦିନ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ଲାଗି ତର୍ପଣ ଓ ଶ୍ରାଦ୍ଧ କର୍ମ କରାଯାଏ। ତେବେ ଚଳିତବର୍ଷ ଫାଲଗୁନ ଅମାବାସ୍ୟାରେ ଏକ ଦୁର୍ଲଭ ସଂଯୋଗ ପଡୁଛି। ଫାଲଗୁନ ଅମାବାସ୍ୟା ସହିତ ପଞ୍ଚକ ମଧ୍ୟ ଆରମ୍ଭ ହେଉଛି। ଯେହେତୁ ଏହି ପଞ୍ଚକ ସୋମବାର ଅରମ୍ଭ ହେଉଛି ଏଣୁ ଏହାକୁ ରାଜ ପଞ୍ଚକ କୁହାଯାଉଛି। ତେବେ ଆସନ୍ତୁ ଜାଣିବା ଫାଲଗୁନ ଅମାବାସ୍ୟା ସହିତ ଆରମ୍ଭ ହେଉଥିବା ପଞ୍ଚକରେ କେଉଁ କାର୍ଯ୍ୟ ସବୁ ବର୍ଜିତ।

ପଞ୍ଚକ ଏକ ପାଞ୍ଚଦିନିଆ ଅବଧି ଯାହା ଚନ୍ଦ୍ରଙ୍କ ଧନିଷ୍ଠା ନକ୍ଷତ୍ର ତୃତୀୟ ଚରଣରେ ପହଞ୍ଚିବା ସହ ଆରମ୍ଭ ହୁଏ। ଏହା ପରେ ଚନ୍ଦ୍ରମା ଶତଭିଷା, ପୂର୍ବଭାଦ୍ରପଦ, ଉତ୍ତରାଭାଦ୍ରପଦ ଓ ରେବତୀ ନକ୍ଷେତ୍ରର ଚାରୋଟି ଚରଣ ପର୍ଯ୍ୟନ୍ତ ଗୋଚର ହୋଇଥାନ୍ତି। ତେଣୁ ଏହାକୁ ପଞ୍ଚକ କୁହାଯାଏ। ଶରଳ ଭାଷାରେ କହିବାକୁ ଗଲେ ଚନ୍ଦ୍ରମା କୁମ୍ଭ ଓ ମିନ ରାଶିରେ ଗୋଚର କଲେ ଏହାକୁ ପଞ୍ଚକ କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚକ ଅବଧିକୁ ଅଶୁଭ ବୋଲି ବିଚାର କରାଯାଏ।

ତେବେ ସବୁ ପଞ୍ଚକ ଅଶୁଭ ହୋଇ ନଥାଏ। ରାଜ ପଞ୍ଚକ ଆରମ୍ଭ ସୋମବାର ହୋଇଥାଏ ଓ ଏହି ପଞ୍ଚକକୁ ସବୁ କାର୍ଯ୍ୟ ଲାଗି ଶୁଭ ମନେ କରାଯାଏ। ତେବେ ରୋଗ ପଞ୍ଚକ, ମୃତ୍ୟୁ ପଞ୍ଚକ ଓ ଚୋର ପଞ୍ଚକ ଜାତକଙ୍କ ସମସ୍ୟା ବୃଦ୍ଧି କରିଥାନ୍ତି। ଯଦିଓ ରାଜପଞ୍ଚକ ଆରମ୍ଭ ହେବାକୁ ଯାଉଛି ତଥାପି କିଛି କାର୍ଯ୍ୟ ଏଥିରେ ବର୍ଜିତ କରାଯାଇଛି। ଯେଉଁଥିରେ ବିବାହ, ଉଧାର ଦେବା, ଦକ୍ଷିଣ ଦିଗକୁ ଯାତ୍ରା, କାଠ କୁଟା ସଂଗ୍ରହ ଆଦିକୁ ବାରଣ କରାଯାଇଛି।

   Related Posts