ଶୈଲେଶ ଲୋଢ଼ାଙ୍କ ପରେ ’ତାରକ୍ ମେହତା ଶୋ’ ଛାଡ଼ିଲେ ଏହି କଳାକାର…
6/12/2022 at 9:18 PM

ମୁମ୍ବାଇ, ୬/୧୨: ଲୋକପ୍ରିୟ ହାସ୍ୟ ଧାରାବାହିକ ’ତାରକ୍ ମେହତା କା ଉଲ୍ଟା ଚଷମା’ ଅନେକ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। କିନ୍ତୁ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଅଭିନେତା ଶୋ’ ଛାଡ଼ିଛନ୍ତି। ଏବେ ଏହି ଲିଷ୍ଟରେ ’ତାରକ୍ ମେହତା ତା ଉଲ୍ଟ ଚଷମା’ର ଟପ୍ପୁ ବା ରାଜ୍ ଆନନ୍ଦକଟଙ୍କ ନାଁ ଯୋଡ଼ି ହୋଇଛି। ରାଜ୍ ଆନନ୍ଦକଟଙ୍କୁ ନେଇ ଆସିଥବା ଏହି ଖବର ଫ୍ୟାନ୍ସକୁ ବଡ଼ ଝଟକା ଦେଇଛି।
ରାଜ ଆନନ୍ଦକଟ ଶୋ’ ଛାଡ଼ିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଥର ରାଜ୍ ନିଜେ ସୋସିଆଲ ମିଡିଆରେ ଶୋ’ ଛାଡ଼ିବା ନେଇ କହିଛନ୍ତି। ପୋଷ୍ଟ ଛାଡ଼ିବା ନେଇ ସୂଚନା ଦେବା ସହ ସେ କହିଛନ୍ତି, ’ମୁଁ ଏହି ଶୋ’ ରୁ ବହୁତ କିଛି ଶିଖିଛି। ଅନେକ ବନ୍ଧୁ ମିଳିଛନ୍ତି । ଏହା କ୍ୟାରିୟରରେ ସବୁଠୁ ଉତ୍ତମ ବର୍ଷ ଥିଲା।’ ଏହା ସହ ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ତେବେ ରାଜ୍ ଆନନ୍ଦକଟ ଆଗାମୀ ସମୟରେ କୌଣସି ପ୍ରୋଜେକ୍ଟରେ ରଣବୀର ସିଂହଙ୍କ ସହ ନଜର ଆସିପାରନ୍ତି।
ସୂଚନାଯୋଗ୍ୟ, ରାଜ୍ ଆନ୍ଦକଟଙ୍କ ପୂର୍ବରୁ ତାରକ୍ ମେହତାରେ ଟପ୍ପୁ ଚରିତ୍ରରେ ଭବ୍ୟ ଗାନ୍ଧୀ ନଜର ଆସିଥିଲେ। ଭବ୍ୟ ସୋ ଛାଡ଼ିବା ପରେ ୨୦୧୭ ରେ ରାଜ୍ ଆନନ୍ଦକଟ ଶୋ’ ରେ ଯୋଗ ଦେଇଥିଲେ। ଟପ୍ପୁ ଚରିତ୍ରରେ ରାଜଙ୍କୁ ଦର୍ଶକମାନେ ମଧ୍ୟ ଖୁବ୍ ସ୍ନେହ ଦେଇଥିଲେ। ତେବେ ବର୍ତ୍ତମାନ ସେ ଶୋ’ ଛାଡ଼ିବା ଫ୍ୟାନଙ୍କୁ ନିରାଶ କରିବ।