ବିଷ ପିଇ ଯୁବକଙ୍କ ମୃତ୍ୟୁ : ଡାକ୍ତରଙ୍କ ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର
21/02/2020 at 11:47 AM

ରାଇରଙ୍ଗପୁର ୨୧।୦୨: ଯୁବକଙ୍କ ବିଷ ପିଇ ଆତ୍ମହତ୍ୟା। ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମାନିକପୁର ଗାଁରେ ଘଟିଛି ଘଟଣା । ମୃତ ଯୁବକ ହେଲେ ମାନିକପୁର ପବନ ପାତ୍ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଯୁବକ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରିବାର ଲୋକେ ପବନଙ୍କୁ ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତ କରିଥିଲେ । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଯୁବକ ଜଣଙ୍କ ବିଷପାନ କଣ ପାଇଁ କରିଛନ୍ତି । ତାହା ଅସ୍ପଷ୍ଟ ଥିବା ବେଳେ ଡାକ୍ତରଙ୍କ ଦୁର୍ବ୍ୟବହାର ଓ ଅବହେଳା ପାଇଁ ପବନର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ରାଇରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଇରଙ୍ଗପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Related Posts
ସରିଲା ଜେଇଇ ଆଡଭାନ୍ସଡ୍ ଆବେଦନ, ୨୮ରେ ପରୀକ୍ଷା
13 August 2022