ଡେପୁଟୀ କଲେକ୍ଟର ସୃୃଷ୍ଟି କଲେ ଉଦାହରଣ, ଲକଡାଉନ୍ ପାଇଁ ଘୁଞ୍ଚାଇଲେ ନିଜ ବାହାଘର

Published By : Prameya-News7 Bureau | March 26, 2020 IST

ରାୟପୁର, ୨୬|୦୩: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି । ସମସ୍ତେ ନିଜ ନିଜ ଘରେ ରହିଛନ୍ତି । ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛନ୍ତି । ତେବେ ଏହାର ପ୍ରଭାବ ଲୋକଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡିବାରେ ଲାଗିଛି । ଛତିଶଗଡ ରାୟପୁରର ଡେପୁଟି କଲେକ୍ଟର ଶିତଲ ବଂଶଲ ନିଜ ବିବାହକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନେବା ସହ ଏକକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1243017811103903744?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243017811103903744\u0026ref_url=https%3A%2F%2Faajtak.intoday.in%2Fstory%2Fcoronavirus-india-lockdown-chhattisgarh-deputy-collector-marriage-cancel-1-1174834.html","type":"rich","providerNameSlug":"twitter","className":""}
https://twitter.com/ANI/status/1243017811103903744?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1243017811103903744&ref_url=https%3A%2F%2Faajtak.intoday.in%2Fstory%2Fcoronavirus-india-lockdown-chhattisgarh-deputy-collector-marriage-cancel-1-1174834.html
/wp:core-embed/twitter

ଡେପୁଟୀ କଲେକ୍ଟର ଶିତଲ ବଂଶଲ ଓ ଇଣ୍ଡିଆନ ଫରେଷ୍ଟ୍ ସର୍ଭିସ ଅଫିସର ଆୟୁଷଙ୍କ ବିବାହ ମାର୍ଚ୍ଚ ୨୬ ଅର୍ଥାତ ଗୁରୁବାର ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ଉଭୟ ବିବାହକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ ପାଇଁ ବିବାହକୁ ଘୁଞ୍ଚାଇ ଦିଆଯାଇଛି ।

{"id":244285,"width":750,"height":537,"sizeSlug":"large"}

ଶିତଲ କହିଛନ୍ତି ଯେ, ଯଦି ସେ ବିବାହ କରନ୍ତି ତେବେ ସମାଜକୁ ଭୁଲ ବାର୍ତ୍ତା ଯିବ । କାରଣ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି । ସୂଚନାଯୋଗ୍ୟ, ଉଭୟଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । କାର୍ଡ ଛପା ଯାଇଥିଲା। ଘର ସାଜସଜ୍ଜା ମଧ୍ୟ ସରିଥିଲା । କିନ୍ତୁ କରୋନା ଭାଇରସ ସବୁକିଛି ବିଗାଡି ଦେଇଥିଲା । ତେବେ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.