ବର୍ଷା ଆଶଙ୍କା ନେଇ ୭ଜିଲ୍ଲାକୁ ସତର୍କତା ସୂଚନା ଜାରି କଲା ପାଣିପାଗ ବିଭାଗ
24/09/2018 at 2:06 PM

ଭୁବନେଶ୍ୱର ୨୪/୯ : ଆଜି ମଧ୍ୟ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି | ବର୍ଷା ପାଇଁ ୭ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ସୂଚନା ଜାରି କରିଛି | ସେହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ ,ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଓ ବଲାଙ୍ଗିର | ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି | ଅପରାହ୍ନ ୪.୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ |