ଭୁବନେଶ୍ୱର ୦୩।୦୩ : ରବିବାର ୭ଟି ଜିଲ୍ଲାରେ ହାଲୁକା ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତଥାପି ଆସନ୍ତା ଦୁଇ ଦିନରେ ଦିନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରୀ ବଢ଼ିବ ବୋଲି ଆକଳନ ହୋଇଛି ।
wp:embed {"url":"https://www.prameyanews7.com/heat-wave-warning/","type":"wp-embed","providerNameSlug":"prameya-news-7"}ତେବେ ଶନିବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଛି । ଏହାବ୍ୟତୀତ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ଥିଲା । ଭୁବନେଶ୍ୱରରେ ୩୬.୮ ଓ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ୩୬.୫, ସୋନପୁରରେ ୩୬.୨, ଟିଟିଲାଗଡ଼ ଓ ଭବାନୀପାଟଣାରେ ୩୬ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ୩୫.୭, ଜଗତ୍ସିଂହପୁରରେ ୩୫.୫, ରାୟଗଡ଼ାରେ ୩୫.୪, ବୌଦ୍ଧରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ୩ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ହୋଇପାରେ । ୪ରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
wp:embed {"url":"https://www.prameyanews7.com/international-womens-day-women-achievers-of-odisha-felicitates-27-successful-women-of-the-state/","type":"wp-embed","providerNameSlug":"prameya-news-7"}