ସୋମବାରଠୁ କମିବ ତାତି, ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | March 04, 2024 IST

ଭୁବନେଶ୍ୱର ୦୪।୦୩ : ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲୁକା ବର୍ଷା ସମ୍ଭାବନା ଅଛି । ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ୭ ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୮ ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁରରେ ବର୍ଷା ସମ୍ଭାବନା ଅଛି । ରବିବାର ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇଛି।

wp:embed {"url":"https://www.prameyanews7.com/rainfall-warning-for-seven-dist-of-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rainfall-warning-for-seven-dist-of-odisha/
/wp:embed

ସେହିପରି ରାଜ୍ୟର ୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡିର ତାତି ସର୍ବାଧିକ ୩୭ ଡିଗ୍ରୀ ରହିଛି । ମାଲକାନଗିରିର ୩୬.୯, ବଲାଙ୍ଗୀରର ୩୬.୮, ଟିଟିଲାଗଡ଼ର ୩୬.୫, ଅନୁଗୁଳ ଓ ସୋନପୁରର ୩୬.୧ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦୀର୍ଘ ୮ ଦିନ ପରେ ରାଜଧାନୀର ତାତି ପୁଣି ୩୬ ଡିଗ୍ରୀ ପାର୍‌ କରିଛି । ରାଜଧାନୀରେ ରବିବାର ଦିନ ତାପମାତ୍ରା ୩୬.୮ଡିଗ୍ରୀ ରେକର୍ଡ ହୋଇଛି । ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।

wp:embed {"url":"https://www.prameyanews7.com/indravati-dam-water-enters-village-following-breach/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indravati-dam-water-enters-village-following-breach/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.