ରାଜ୍ୟର ୧୨ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା, ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Published By : Prameya-News7 Bureau | June 23, 2021 IST

ଭୁବନେଶ୍ବର ୨୩।୬: ଜୁନ୍ ୧ରୁ ଜୁନ୍ ୨୩ ତାରିଖ ସୁଦ୍ଧା ଓଡ଼ିଶାରେ ୧୫୬.୬ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ୧୪୬.୮ମିମି ଠାରୁ ୭ ପ୍ରତିଶତ ଅଧିକ ରହିଛି । ଜୁନ୍ ୧ରୁ ଜୁନ୍ ୨୩ ମଧ୍ୟରେ ୭ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, କନ୍ଧମାଳ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହୋଇଛି । ଯାହା ସ୍ଵାଭାବିକ ବର୍ଷାଠାରୁ ୨୦ ରୁ ୫୯% ଯାଏଁ କମ୍ ରହିଛି ।

ଏହି ସମୟ ପରିଧି ମଧ୍ୟରେ ୩ ଜିଲ୍ଲା ପୁରୀ, ସୁନ୍ଦରଗଡ଼, ଏବଂ କୋରାପୁଟ ଜିଲ୍ଲାରେ ସ୍ବାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତାଠାରୁ ଅଧିକ ବର୍ଷା ଅନୁଭୂତ ହୋଇଛି । ୯ ଜିଲ୍ଲା ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ମାଲକାନଗିରିଠାରେ ସ୍ବାଭାବିକଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି ।

ଆଜି ସୁଦ୍ଧା ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୨୪୭.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୭୪.୯ ମିମି ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.