ଆଜି ଅପରାହ୍ନରେ ଏହି ୭ଟି ଜିଲ୍ଲାରେ ହୋଇପାରେ କୁଆପଥର ବର୍ଷା
26/01/2019 at 12:47 PM

ଭୁବନେଶ୍ବର ୨୬|୧: ଆଜି ଅପରାହ୍ନରୁ ହେବ କୁଆପଥର ବର୍ଷା । ରାଜ୍ୟର ୭ଟି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବରଗଡ, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀର । ଆସନ୍ତା ୭୨ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ, ଦକ୍ଷିଣ ଏବଂ ଉତ୍ତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ତେବେ ଉପକୂଳ ଓଡିଶାରେ ୨ରୁ ୩ଦିନ ଯାଏ କୁହୁଡିର ପ୍ରଭାବ ରହିବ ।
Related Posts
ଆହୁରି ତିନି ଦିନ କୁହୁଡିରୁ ନାହିଁ ନିସ୍ତାର, ପ୍ରଭାବ ପକାଇବ ପଶ୍ଚିମା ଝଡ
19 January 2023
ବିଯୁକ୍ତ ତାପମାତ୍ରାରେ ବି ଦିଲ୍ଲୀରେ ହୁଏନି ହୀମପାତ, ଜାଣନ୍ତୁ କାହିଁକି ?
17 January 2023
ମଙ୍ଗଳବାରଠୁ ରାଜ୍ୟରେ ହାଲୁକା ବର୍ଷା, ୭ ଜିଲ୍ଲାରେ ଘନକୁହୁଡି ଆଶଙ୍କା
17 January 2023