scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷା ଗାଏବ, ଚିନ୍ତାରେ ଚାଷୀ: ଟାଏଁ ଟାଏଁ ଖରାରେ ଝାଉଁଳିଲାଣି ତଳି, ୧୮ରେ ଘୂର୍ଣ୍ଣିବଳୟ

11/08/2023 at 9:07 AM

ଭୁବନେଶ୍ୱର ୧୧/୦୮: ବର୍ଷା ଗାଏବ, ଚିନ୍ତାରେ ଚାଷୀ । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବର୍ଷା ବିତ୍ପାତ ଓ ବନ୍ୟା ଡ଼ର ପରେ ଏବେ ହଜି ଯାଇଛି ବର୍ଷା । ବଦଳରେ ଟାଏଁ ଟାଏଁ ଖରା । ଚାଷୀ ଚିନ୍ତା ବଢିଲାଣି । ଆଇ ଦୁଇ ଚାରି ଦିନ ଏମିତି ଖରା ହେଲେ ତଳି ଝାଉଁଳିଯିବ । ପାଣିପାଗ ପୂର୍ବାନୁମାନ କହୁଛି ଏବେ ସେମିତି ବିଶେଷ ବର୍ଷା ନାହିଁ ।

ମୌସୁମୀ ସକ୍ରିୟ କରାଉଥିବା ନିମ୍ନ ଚାପରେଖା ଉତ୍ତରକୁ ଘୁଞ୍ଚି ଯାଇଛି । ପୁଣି ତଳକୁ ଖସିଲେ ଓଡିଶାରେ ବର୍ଷା ହେବ । ଆସନ୍ତା ୧୭ କିମ୍ବା ୧୮ତାରିଖ ବେଳକୁ ପଶ୍ଚିମବଙ୍ଗ ଓ ବାଲେଶ୍ବର ଉପକୂଳ ବଙ୍ଗେପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ପୁଣି ୨୩ କିମ୍ବା ୨୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଦାନା ବାନ୍ଧିବା ଲକ୍ଷଣ ଦେଖାଯାଉଛି । ତାପୂର୍ବରୁ ଆସନ୍ତାକାଲିଠାରୁ ୨ଦିନ ଉତ୍ତର ଓଡିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଶନିବାର ବେଳକୁ ଉତ୍ତର ଓଡ଼ିଶାରେ କିଛି ବର୍ଷା ଅଛି ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭଲ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବି ସାମାନ୍ୟ ବର୍ଷା ହେବ ।ଡକ୍ଟର ପଶୁପାଳକ କହିଛନ୍ତି, ଅଧିକାଂଶ ଜିଲ୍ଲାଗୁଡ଼ିକରେ ଚାଷ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଟାଏଁ ଟାଏଁ ଖରା ଯୋଗୁ ବାଷ୍ପୀକରଣ (ଇଭାପୋରେସନ୍‌) ହାର ଏତେ ଯେ ଜମି ଶୁଖିଗଲାଣି । ଯେଉଁଠି ଧାନ ରୁଆ କାମ ସରିଛି, ୭ ଦିନ ଯାଏଁ ପାଣି ଦରକାର । ଗତ ତିନି ଚାରି ଦିନର ଖରା ସବୁ ଶୋଷି ନେଇଛି ।

ବିଶେଷକରି ଗଞ୍ଜାମ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ପୁରୀ ସ୍ଥିତି ଖରାପ । ୨୦ରୁ ଏସବୁ ଅଞ୍ଚଳରେ ୪୨ ପ୍ରତିଶତ ଯାଏ ସ୍ୱଳ୍ପ ବର୍ଷା ହୋଇଛି । ଆଗକୁ ବର୍ଷା ନ ହେଲେ ଚାଷ ବିଗିଡ଼ିଯିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଦେଇଛି, ଶୁକ୍ରବାର ଉତ୍ତର, ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୩ ତାରିଖ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଠାଏ ଠାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

you can also read…

   Related Posts