oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ବଦଳିବ ପାଗ, ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

25/12/2019 at 10:11 AM

ଭୁବନେଶ୍ୱର ୨୫।୧୨: ଆଜିଠୁ ବଦଳିବ ପାଗ । ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି । ଆକାଶ ମେଘୁଆ ରହିବା ସହିତ ତାପମାତ୍ରା ହ୍ରାସ ପାଇବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ଅଧିକ ରହିପାରେ । ତେବେ ୨୮ରୁ ରାଜ୍ୟରେ ବଢିବ ଶୀତର ପ୍ରକୋପ ।

ବଡ଼ଦିନରେ ପାଗ ସକାଳବେଳା ସାମାନ୍ୟ ଖରା ରହିପାରେ । ମାତ୍ର ଅପରାହ୍ନରୁ ପାଗ ମେଘୁଆ ରହିବ । ସନ୍ଧ୍ୟାରୁ କେତେକ ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସୋନପୁରରେ ବର୍ଷା ହୋଇପାରେ ।

ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆସନ୍ତାକାଲି ବର୍ଷା କମ୍‌ ରହିବ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ପାଗ ମେଘୁଆ ରହିବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ପଡ଼ିପାରେ । ୨୭ରୁ ବର୍ଷା କମିଯିବ । ପାଗ କ୍ରମଶଃ ଫିଟିବ । ୨୮ରୁ ରାଜ୍ୟରେ ତାପମାତ୍ରା ଖସିବ । ଥଣ୍ଡା ବଢ଼ିବ । ୨୮, ୨୯ ଓ ୩୦ରେ ଶୀତ ପ୍ରକୋପ ଅଧିକ ରହିବ । ତା’ ପରେ ଶୀତ କମିପାରେ ।

ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇପାରେ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ଏହା ପରେ ୨୭ ଓ ୨୮ ତାରିଖବେଳକୁ ରାଜ୍ୟରେ ଥଣ୍ଡା ବଢ଼ିବ । ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୪ ଡିଗ୍ରୀ କମିଯିବ । ନୂଆବର୍ଷବେଳକୁ ଶୀତ ପ୍ରକୋପ ରହିପାରେ ।

   Related Posts