suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସୁଛି ପଶ୍ଚିମା ଝଡ, ୧୫ରୁ ୧୮ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

14/03/2023 at 5:18 PM

ଭୁବନେଶ୍ବର ୧୪।୩: ଆସୁଛି ପଶ୍ଚିମା ଝଡ଼ । ଏହା ପ୍ରଭାବରେ ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ମଧ୍ୟ ହେବାକୁ ନେଇ ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ପବନ ପ୍ରବାହିତ ହେବ ।

ପଶ୍ଚିମା ଝଡ଼ ଯୋଗୁଁ ଚାଷୀଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ପରିବା ଚାଷ ଅମଳ ହେବାର ସମୟ ହୋଇଥିବାରୁ ଚାଷୀ ନିଜ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ପଶ୍ଚିମା ଝଡ଼ ଆସନ୍ତା ୧୫ ତାରିଖରୁ ଦକ୍ଷିଣ ଆଡକୁ ରହିବାର ସମ୍ଭାବନା ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ । ଏହା ପ୍ରଭାବରେ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ର ୨ ରୁ ୩ ଡିଗ୍ରୀ ଖସିବ । ତେବେ ତାତିରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ମଧ୍ୟ ରହିଛି ।

   Related Posts