Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସୁଛି ଆଉ ଏକ ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ

16/09/2023 at 8:35 AM

ଭୁବନେଶ୍ୱର ୧୬।୦୯ : ୧୮ ତାରିଖରେ ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପୁଣି ଭଲ ବର୍ଷା ହେବ । ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି ।

ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ପୂର୍ବ ମଧ୍ୟପ୍ରଦେଶ ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ରହିଛି । ତେବେ ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗୀରର ଦେଓଗାଁରେ ସର୍ବାଧିକ ୧୯୦ ମିମି ବର୍ଷା ହୋଇଛି । ଗୁଲଭେଲାରେ ୧୩୦, ବଲାଙ୍ଗୀରରେ ୧୧୦, କଳାହାଣ୍ଡିର କର୍ଲାମୁଣ୍ଡା ଓ ନର୍ଲାରେ ୧୧୦, ବରଗଡ଼ ଗାଇସିଲଟରେ ୧୧୦, କନ୍ଧମାଳ ବାଲିଗୁଡ଼ାରେ ୧୧୦, ନୂଆପଡ଼ାରେ ୧୦୦, ବିଜେପୁରରେ ୧୦୦, ସଇଁତଳାରେ ୧୦୦, ଖଇରମାଳରେ ୯୦, ବୌଦ୍ଧରେ ୯୦, ବେଲଗାଁରେ ୯୦, କୋମନାରେ ୯୦ମିମି ବର୍ଷା ହୋଇଛି ।

ଆସନ୍ତା ୧୮ରେ ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୧୯ରେ ଉତ୍ତର ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି ହୀରାକୁଦ ଉପମୁଣ୍ଡରେ ଗତ ୨୪ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି । ଜଳଭଣ୍ଡାର ଜଳ ପରିଚାଳନା ପାଇଁ ମୋଟ୍ ୨୨ଗେଟ୍ ଖୋଲା ରହିଛି । ଆଜି ଜଳଭଣ୍ଡାର ଭିତରକୁ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

   Related Posts