ଚାଷୀଙ୍କ ପାଇଁ କାଳ ସାଜିଲା ଅଦିନିଆ ବର୍ଷା : ଲାଗି ରହିବ ଆଉ ୨ଦିନ

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର ୨୫/୨: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଅଦିନିଆ ବର୍ଷା । ଫୁଲବାଣୀ ଓ ସୋନପୁରରେ ଝଡ଼ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ବର୍ଷା । ବର୍ଷା ପାଣିରେ ମଣ୍ଡିରେ ଭିଜିଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ । ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବା ସହ ୨୭ରୁ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

{"id":229092,"sizeSlug":"large"}

ଆକାଶକୁ ଢ଼ାଙ୍କିଦେଲା କଳା ବାଦଲ । କୋଉଠି ଛେଚିଲା । କୋଉଠି ଉଡ଼େଇଲା । ପୁଣି କୋଉଠି ଉପାଡ଼ିଲା । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ହଠାତ୍‌ ବଦଳିଗଲା ପାଗ । ଆକାଶକୁ କଳାବାଦଲ ଏମିତି ଢ଼ାଙ୍କିଦେଲା ଯେ, ସଂଧ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଇଏ ହେଉଛି ଶ୍ରୀକ୍ଷେତ୍ର ପୁରୀର ଚିତ୍ର । ଛେଚାକଚା ବର୍ଷାରେ ଭିଜିଥିଲା ବଡ଼ଦାଣ୍ଡ । କୋହଲା ପାଗ ସାଙ୍ଗକୁ ବର୍ଷା ପର୍ଯ୍ୟଟକଙ୍କୁ ସମସ୍ୟାରେ ପକାଇଥିଲା । କଟକରେ ଲୋକଙ୍କୁ କାଲୁଆ କରିଥିଲା ଅଦିନିଆ ବର୍ଷା । ଫୁଲବାଣୀ ଓ ସୋନପୁରରେ କିନ୍ତୁ ଝଡ଼ ବର୍ଷାର ପ୍ରକୋପ ଟିକେ ଅଧିକ ଦେଖିବାକୁ ମିଳିଥିଲା ।  କିଛି ସ୍ଥାନରେ ଗଛ ଉପୁଡ଼ିବା ସହ ଘରର ଆଜବେଷ୍ଟସ୍‌ ଉଡ଼ି ଯାଇଥିଲା । ଘରର କାନ୍ଥ ଓ ଗଛ ପଡ଼ି ୨ଜଣ ମହିଳାଙ୍କ ସମେତ ୨ଜଣ ଶିଶୁ ଆହତ ହୋଇଛନ୍ତି ।

{"id":229093,"sizeSlug":"large"}

ସୋନପୁରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପବନ ଯୋଗୁଁ  ସହରର ତଳି ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି ।

{"id":229094,"sizeSlug":"large"}

ସେପଟେ ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି । ବର୍ଷାରେ ଭିଜିଲା ମଣ୍ଡି । ଓଦା ହେଲା କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ । କନ୍ଧମାଳରୁ କେନ୍ଦ୍ରାପଡ଼ା, ବରଗଡ଼ରୁ ବୌଦ୍ଧ ସବୁଠି ବର୍ଷାରେ ଭିଜିଛି ମଣ୍ଡିରେ ପଡ଼ିରହିଥିବା ଧାନବସ୍ତା । ଚାଷୀଙ୍କୁ ଟୋକନ୍‌ ଯୋଗାଇଦେବାରେ ଅବ୍ୟବସ୍ଥା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ତାତିଛନ୍ତି ଚାଷୀ ।  

{"id":229095,"sizeSlug":"large"}

ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି । ତେବେ ଏଭଳି ସ୍ଥିତି ୨ଦିନ ଲାଗି ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼ରେ ବର୍ଷା ହେବ । କିଛି ସ୍ଥାନରେ ପବନର ବେଗ ୩୦ରୁ ୪୦କିଲୋମିଟର ରହିବା ସମ୍ଭାବନା ରହିଛି ।

{"id":229096,"sizeSlug":"large"}

୨୭ରୁ ପାଗ ବଦଳିବା ସହ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.