ରାଜଧାନୀରେ ପାଣି ସୁଅ ; ରାସ୍ତା ଉପରେ ଲହଡା ମାରୁଚି ବର୍ଷା ପାଣି
15/05/2018 at 6:45 AM

ଘୁର୍ଣ୍ଣିଝଡ ସାଙ୍ଗକୁ ପ୍ରବଳ ବର୍ଷା । କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ଓ ପବନ ସହ ହୋଇଛି ପ୍ରବଳ ବର୍ଷା । ସାଧାରଣତ କାଳବୈଶାଖୀ ବର୍ଷା ଅପରାହ୍ନରେ ହେଉଥିବା ବେଳେ ଆଜି ପୂର୍ବାହ୍ନରେ ହଠାତ୍ ପାଗରେ ଆସିଥିଲା ପରିବର୍ତ୍ତନ । ପାଖାପାଖି ସାଢେ ୧୧ଟା ବେଳକୁ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ଆରମ୍ଭ ହୋଇଥିଲା ପବନ । ଏହା ପରେ ବର୍ଷା ଓ ଘଡଘଡି ମାରିଥିଲା । ରାଜ୍ୟର ଭୁବନେଶ୍ବର, କଟକ, ପୁରୀ, ଢେଙ୍କାନାଳ, କାମାକ୍ଷାନଗର, ପାରାଦୀପ, ସମ୍ବଲପୁର,ରାଉରକେଲା, ସୋନପୁର ଆଦି ସ୍ଥାନରେ ପାଣିପାଗର ସ୍ଥିତି ଏଭଳି ଥିଲା ।