ସ୍ମାର୍ଟ୍ କ୍ଲାସ ରୁମ୍ ଭିତରେ ପାଣି, ଅସରାଏ ବର୍ଷା ହେଲେ ଜମୁଛି ପାଣି

Published By : Prameya-News7 Bureau | September 10, 2022 IST

ମୋହନା ୧୦।୦୯ : ସ୍ମାର୍ଟ୍ କ୍ଲାସ ରୁମ୍ ଭିତରେ ପାଣି l ପିଲା ମାନେ କ୍ଲାସ ରୁମ୍ ଚଟାଣରେ ପାଣି ଥିବା ସତ୍ତ୍ୱେ ପାଠ ପଢୁଛନ୍ତି l ଗଜପତି ଜିଲ୍ଲା ମୋହନା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି l

ଖବର ଅନୁଯାୟୀ, ଗତ କିଛି ମାସ ତଳେ ଏହି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇ ସ୍ମାର୍ଟ ସ୍କୁଲ କରଯାଇଛି l ହେଲେ ଟିକିଏ ବର୍ଷା ହେଲେ ସ୍ମାର୍ଟ କ୍ଲାସ ରୁମ୍ ଭିତରେ ପାଣି ଜମିଯାଉଛି l ସ୍କୁଲ ଖୋଲିବା ବେଳେ କ୍ଲାସ୍ ରୁମ୍ ଭିତରେ ଆଣ୍ଠୁଏ ପାଣି ଥିବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ପ୍ରଥମେ କ୍ଲାସ୍ ରୁମ୍ ଭିତରୁ ପାଣି କlଢିଥlନ୍ତି l ତାପରେ ପାଠ ପଢା ଆରମ୍ଭ ହୋଇଥାଏ l କ୍ଲାସ ଚାଲିଥିବା ବେଳେ ମଧ୍ୟ ରୁମ୍ ଭିତରେ ପାଣି ଜମି ଯାଉଥିବା ଦେଖିବାକୁ ମିଳୁଛି l ମୋହନା ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା ଏହି ସ୍ମାର୍ଟ ସ୍କୁଲ ର ଏଭଳି ସମସ୍ୟା ନେଇ ବହୁବାର ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ l ସେପଟେ ପାଣି ଥିବା ସତ୍ତ୍ବେ ପିଲାମାନେ ପାଠ ପଢୁଥିବା ବେଳେ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.