ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ପଶିଲା ପାଣି, ବେଡ୍ ନଥିବାରୁ ରୋଗୀ ହନ୍ତସନ୍ତ
30/09/2023 at 10:12 AM

ନୀଳଗିରି ୩୦।୦୯ : ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲର ଉପର ମହଲାରେ ପଶିଲା ପାଣି । ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ପ୍ରବଳ ବର୍ଷା ପାଇଁ ଛାତ ଉପରୁ ପାଣି ଗଳିଥିଲା । ଯାହାଫଳରେ ମେଡିକାଲର ଓ୍ୱାର୍ଡରେ ପାଣି ପଶିଥିଲା । ତେବେ ଆବଶ୍ୟକ ବେଡ୍ ନଥିବା ବେଳେ ରୋଗୀମାନେ ତଳେ ରହିଛନ୍ତି । ଏପରିକି ମେଡିକାଲରେ ପାଣି ପଶିବାରୁ ଶତାଧିକ ରୋଗୀ ହନ୍ତସନ୍ତ ହେଉଛନ୍ତି ।
ସେପଟେ ଖବର ପାଇ ସମାଜସେବୀ ସବ୍ୟସାଚୀ ମହାପାତ୍ର ଓ ୬ ନମ୍ବର କାଉନ୍ସିଲର ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କ ଦୁର୍ଦ୍ଦଶା ବୁଝିଛନ୍ତି । ଏହାସହ ମେଡିକାଲ ଅଧିକାରୀଙ୍କ ସହ କଥା ମଧ୍ୟ ହୋଇଛନ୍ତି ।
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023