ନୀଳଗିରି ୨୭/୦୯: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି ।
ସୂଚନା ଥାଉକି, ରାଜ୍ୟରେ କିଛି ଦିନ ହେବ ଲାଗି ରହିଛି ବର୍ଷା । ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି । ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ ହୋଇପଡିଛି । ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରିନପାରିବାରୁ ନିରାଶ ହୋଇ ଫେରିଛନ୍ତି।