ପୋଟେରୁ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ଚାଲୁଛି ବର୍ଷା ଜଳ, ଯୋଗାଯୋଗ ବିଚ୍ଛିନ୍ନ
19/07/2023 at 11:20 AM

କାଲିମେଲା ୧୯/୦୭: ମଙ୍ଗଳବାର ୬ ଟା ସମୟରୁ ୩୨୬ ନମ୍ବର ଜାତୀୟ ରାଜ ପଥର ପୋଟେରୁ ପୋଲ ଉପରେ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ଏମ:ଭି:୯୬ ପୋଲ ଉପରେ ଓ ପଡିଆ ଵ୍ଳକର କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟ ବର୍ଷା ଜଳ ପ୍ରବାହିତ ହେଉଅଛି । ଫଳରେ ପୋଲର ଉଭୟ ପାର୍ଶ୍ୱରେ ଅନେକ ଗାଡି ମଟର ସହ ଲୋକ ଅଟକି ରହିଛନ୍ତି ।
ମାଲକାନଗିରି ସହିତ କାଲିମେଳା ବ୍ଳକର କାଲିମେଳା, ଏମ:ଭି:୭୨, ଏମ:ଭି:୯୬, ଏମ:ଭି:୮୧, ଏମ:ଭି:୮୮, ମହାରାଜପାଲ୍ଲୀ ଏମ:ଭି :୭୯, ମୋଟୁକୁ ଯୋଗାଯୋଗ ବନ୍ଦ ରହିଛି । ଅନ୍ୟପଟେ କାଲିମେଳା ବ୍ଳକର କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଫାର୍ମ କଲୋନୀ ଯିବା ବାଟର ପୋଲ ଉପରେ ମଧ୍ୟ ବର୍ଷା ପାଣିର ଲହରୀ ମାରୁଛି ।
ଫଳରେ କାଲିମେଳା ବ୍ଳକ ସହ ବଡିଗେଟା ଓ ତେଲେରାଇ ଗ୍ରାମ ପଞ୍ଚାୟତର କେତେକ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହା ଫଳରେ ମାଲକାନଗିରି ଜିଲ୍ଲାର ମଡେଲ ଡିଗ୍ରୀ କଲେଜ ଓ ଡିଗ୍ରୀ କଲେଜର ଫୋର୍ଥ ସେସିଷ୍ଟାର ବୋର୍ଡ ପରୀକ୍ଷା ଦେବାଅନେକ ଛାତ୍ରଛାତ୍ରୀ ମାନେ ପୋଲ ନିକଟରେ ଅଟକି ରହିଛନ୍ତି ଚିନ୍ତାରେ । ଏ ନେଇ ପୋଲିଷ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟାବସ୍ଥା କଡାକଡି କରାଯାଇଛି ।
you can also read…