ମାଲକାନଗିରି ବିମାନବନ୍ଦରରେ ପଶିଲା ପାଣି, ବୁଡିଲା ରନ୍‌ଓ୍ବେ ଓ ଟର୍ମିନାଲ

Published By : Prameya-News7 Bureau | August 01, 2024 IST

ମାଲକାନଗିରି : ମାଲକାନଗିରି ବିମାନ ବନ୍ଦର ଭିତରେ ପସିଲା ପାଣି । ବର୍ଷା ପାଣିରେ ବୁଡି ରହିଛି ରନ୍‌ୱେ, ଟର୍ମିନାଲ୍ ଓ ଏୟାର୍‌ପୋର୍ଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । 

ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ହୁବୁଡୁବୁ ହେଉଛି ସମଗ୍ର ମାଲକାନଗିରି ଜିଲ୍ଲା । ଯେଉଁଥିରୁ ବାଦ ପଡିନାହିଁ ମାଲକାନଗିରି ବିମାନ ବନ୍ଦର । ହେଲେ ପାହାଡ଼ କାଟି ଉଚ୍ଚ ସ୍ଥାନରେ ବିମାନ ବନ୍ଦର କରାଯାଇଥିବା ବେଳେ ସେଠାରେ ପାଣି ଜମିବା ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।  ମାତ୍ର ଦେଢ ବର୍ଷ ଭିତରେ ଏହି ବିମାନ ବନ୍ଦର ତିଆରି କରାଯାଇଥିବା ବେଳେ ଜାନୁଆରୀ ୯ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ । ତେବେ ସମସ୍ତ ଦିଗକୁ ଧ୍ୟାନ ନଦେଇ ଅତି ତରବରିଆ ଭାବେ ଏହି ବିମାନ ବନ୍ଦର ତିଆରି କରାଯାଇଥିବାରୁ ବର୍ତ୍ତମାନ ଏପରି ଅବସ୍ଥା ଉପୁଜିଥିବା ମାଲକାନଗିରି ଜିଲ୍ଲାବାସୀ କହିଛନ୍ତି । 

You Can Read:

ସେ କାହିଁକି ଦଳ ଛାଡ଼ିଲେ ସେ ହିଁ କହିବେ, ଦଳ ଚାଲିଛି ଚାଲିବ : ସୁଦାମ ମାର୍ଣ୍ଡି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.