previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ବର୍ଷା ଜଳରେ ଲାଗିଛି ରୋଗୀଙ୍କ ଲମ୍ବା ଲାଇନ୍, ପାଣିରେ ପଶି ଚିକିତ୍ସା କରୁଛନ୍ତି ଡାକ୍ତର

5/07/2022 at 12:33 PM

ଭଦ୍ରକ ୫।୭: ଭଦ୍ରକ ମେଡିକାଲ ଆଉଟଡୋର ମଧ୍ୟରେ ଲହଡି ଭାଙ୍ଗୁଛି ବର୍ଷାଜଳ । ଅସରାଏ ବର୍ଷାରେ ଭଦ୍ରକ ସହରର ଅବସ୍ଥା ବେହାଲ । ମାତ୍ର ଗୋଟିଏ ଘଣ୍ଟା ବର୍ଷାରେ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏମିତି କି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ପାଣି ପଶିଯିବା ଫଳରେ ଡାକ୍ତର ଓ ରୋଗୀ ହନ୍ତସନ୍ତ ହେଉଛନ୍ତି । ଆଉଟଡୋର ଭିତରେ ବର୍ଷା ଜଳ ଲହଡି ମାରୁଥିବା ବେଳେ ପାଣି ଭିତରେ ଡାକ୍ତର ରୋଗୀ ଦେଖୁଛନ୍ତି । ରୋଗୀମାନେ ମଧ୍ୟ ବର୍ଷା ଜଳ ମଧ୍ୟରେ ଲମ୍ବା ଧାଡିରେ ରହି ଡାକ୍ତରଙ୍କୁ ଦେଖାଉଛନ୍ତି ।

ମଙ୍ଗଳବାର ସକାଳ ସମୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଭଦ୍ରକ ମେଡିକାଲ ପରିସରରେ ବର୍ଷା ଜଳ ଲହଡି ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଭଦ୍ରକ ସହରରେ ଏଭଳି ସ୍ଥିତି ଉପୁଜୁଥିବା ସାଧାରଣରେ ଅଭିଯୋଗ ହେଉଛି ।

   Related Posts