ବାସ୍ତୁଶାନ୍ତ୍ରରେ ବର୍ଷା ପାଣିର ମହତ୍ତ୍ବ : ସମ୍ପର୍କରେ ମଧୁରତା ଆଣିବା ସହ କରଜରୁ ଦେଇଥାଏ ମୁକ୍ତି

Published By : Prameya-News7 Bureau | July 10, 2020 IST

ବର୍ଷା ନୂଆ ଉତ୍ସାହ ଏବଂ ଉନ୍ମାଦନା ନେଇ ଆସିଥାଏ। ବର୍ଷା ପୃଥିବୀ ପୃଷ୍ଠରେ ମଧ୍ୟ ସବୁଜିମା ଭରି ଦେଇଥାଏ। ବାସ୍ତୁରେ ମଧ୍ୟ ବର୍ଷା ସହ ଜଡ଼ିତ କେତେକ ଉପାୟ କୁହାଯାଇଛି,ଯେଉଁଗୁଡ଼ିକ ପାଳନ କରିବା ଦ୍ବାରା ଜୀବନରେ ଆସୁଥିବା ସମସ୍ତ ପ୍ରକାର ବାଧାକୁ ବର୍ଷାର ପାଣି ଦୂର କରିପାରିଥାଏ। ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ ବିଷୟରେ।

ବାସ୍ତୁରେ କୁହାଯାଇଥାଏ ଯେ ଯଦି କୌଣସି ବ୍ୟକ୍ତି ବହୁତ ଉଦ୍ୟମ କରିବା ପରେ ମଧ୍ୟ କରଜ ସୁଝି ପାରୁ ନାହାନ୍ତି ତେବେ ବର୍ଷା ପାଣି ତାଙ୍କୁ କରଜ ସ୍ଥିତିରୁ ବାହାରକୁ ଆଣିବ। ଏଥିପାଇଁ ଏକ ବାଲଟି​‌ରେ ବର୍ଷା ପାଣି ଜମା କରନ୍ତୁ ଏବଂ ଏହି ପାଣିରେ କ୍ଷୀର ମିଶାନ୍ତୁ। ଭଗବାନଙ୍କୁ ସ୍ମରଣ କରି ଏହି ପାଣିରେ ସ୍ନାନ କରନ୍ତୁ। ଏପରି କରିବା ଦ୍ବାରା ମୁଣ୍ଡରୁ କରଜ ବୋଝ ଓହ୍ଲାଇ ଯିବ।

ଯଦି ବ୍ୟବସାୟରେ ଲଗାତାର କ୍ଷତି ହେଉଛି ତେବେ ପିତ୍ତଳ ବାସନରେ ବର୍ଷା ପାଣି ଠୁଳ କରି ମାଆ ଲକ୍ଷ୍ମୀଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ। ଘରେ ଯଦି ଆର୍ଥିକ ସମସ୍ୟା ଲାଗି ରହୁଛି ତେବେ ଏଥିପାଇଁ ମାଟି କଳସରେ ବର୍ଷା ପାଣି ଭର୍ତ୍ତି କରି ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ବାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ। ଗୋଟିଏ ପାତ୍ରରେ ପାଣି ଭର୍ତ୍ତି କରି ଛାତ ଉପରେ ରଖି ଦିଅନ୍ତୁ ଏବଂ ଧୂପ ଲାଗିବା ପରେ ପାଣିକୁ ଭଗବାନଙ୍କ ନାଁ ନେଇ ଆମ୍ବ ପତ୍ର ଉପରେ ଛାଟି ଦିଅନ୍ତୁ। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରେ ଧନ ବୃଦ୍ଧି ହୋଇଥାଏ। ବର୍ଷା ପାଣିକୁ ଏକ କାଚ ବୋତଲରେ ଭର୍ତ୍ତି କରି ବେଡରୁମରେ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.