Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷା ସାଜିଲା ବାଧକ, ଆସନ୍ତାକାଲି ଖେଳାଯିବ IPL ଫାଇନାଲ୍

28/05/2023 at 11:28 PM

ଅହମ୍ମଦାବାଦ: ଆଇପିଏଲ୍ ୨୦୨୩ର ମେଗା ଫାଇନାଲ୍ ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର ଥିଲା। ହେଲେ ପ୍ରବଳ ବର୍ଷା ଯୋଗୁଁ ଆଜି ମ୍ୟାଚ୍ ଖେଳା ଯାଇ ପାରିନାହିଁ।  ଫଳରେ ଆସନ୍ତାକାଲି ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବର୍ଷା ଯୋଗୁଁ ଆଜି ଟସ୍ ମଧ୍ୟ ପଡ଼ି ପାରି ନାହିଁ। ମ୍ୟାଚ୍ ରେଫରୀ ଏବଂ ଅମ୍ପାୟର ବହୁ ସମୟ ଅପେକ୍ଷା କରିବା ପରେ ବି ବର୍ଷା ଥମି ନଥିଲା। ଫଳରେ ଅନ୍ତିମ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ଆରମ୍ଭ ନହେବାରୁ ଅମ୍ପାୟର ଏହାକୁ ରିଜର୍ଭ ଡେରେ ଆୟୋଜନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅହମ୍ମଦାବାଦର ପାଣିପାଗ ଭଲ ରହିବ ବୋଲି ଆଶା କରାଯାଉଛି।

CSK vs GT IPL 2023 Final : रिजर्व डे पर होगा CSK vs GT फाइनल; बारिश के कारण आज नहीं शुरू हो पाया मैच

ଆଜି ଟସ୍ ପଡ଼ିବାର ଅଧ ଘଣ୍ଟା ପୂର୍ବରୁ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଫଳରେ ପଡ଼ିଆ କର୍ମଚାରୀ ପିଚ୍ ଏବଂ ପାଓ୍ଵାର ପ୍ଲେ ଅଞ୍ଚଳକୁ କଭରରେ ଘୋଡ଼ାଇ ଥିଲେ। ତେବେ ସମୟ ଗଡ଼ିବା ସହିତ ବର୍ଷା କମିବା ପରିବର୍ତ୍ତେ ବଢିବାରେ ଲାଗିଥିଲା। ଅତି କମରେ ୫-୫ ଓଭର ମ୍ୟାଚ୍ ଖେଳାଯିବା ପାଇଁ  କଟ୍ ଅଫ ଟାଇମ୍ ୧୧ଟା ୫୬ ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଥିଲା। ଯଦି ମ୍ୟାଚ୍ ୮ଟାରୁ ଆରମ୍ଭ ହୋଇଥାନ୍ତା ତେବେ କଟ୍ ଅଫ ଟାଇମ୍ ୧୨ଟା ୨୬ ଯାଏ ରହିଥିଲା। ବର୍ଷା ଛାଡ଼ିଥିଲେ ୫-୫ ଓଭର ଖେଳା ଯାଇ ପାରିଥାନ୍ତା। ଯଦି ଏହା ସମ୍ଭବ ହୋଇନଥାନ୍ତା ଅନ୍ତତଃ ସୁପର ଓଭର ଖେଳା ଯାଇଥାନ୍ତା। ମ୍ୟାଚ୍ ଆରମ୍ଭ କରାଯିବାର ଶେଷ ସମୟ ୧୨ଟା ୬ ରହିଥିଲା। କିନ୍ତୁ ଶେଷ ସମୟ ପର୍ଯ୍ୟନ୍ତ ବର୍ଷା ନଛାଡ଼ିବାରୁ ମ୍ୟାଚ୍ ସ୍ଥଗିତ ରଖାଯିବା ସହ ଆସନ୍ତାକାଲି ଅର୍ଥାତ ସୋମବାର ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଇପିଏଲ୍ ୨୦୨୩ର ପଏଣ୍ଟ ଟେବୁଲରେ ଗୁଜରାଟ୍ ୨୦ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ୧୭ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଥିଲା। ଯଦି ରିଜର୍ଭ ଡେରେ ମ୍ୟାଚ୍ ହୋଇନପାରେ ତେବେ ଏମିତି ସ୍ଥିତିରେ ଗୁଜରାଟ୍ ଟାଇଟନ୍ସକୁ ବିଜେତା ଘୋଷିତ କରି ଦିଆଯିବ।

ଏ ଖବର ପଢନ୍ତୁ- ଆଜି ମୋର ଶେଷ ମ୍ୟାଚ୍ ହେବ; ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଅମ୍ବତି ରାୟୁଡୁ

ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଛି । ସେହିପରି  ଟାଇଟନ୍ସ ମୋଟ୍  ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ  ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।

   Related Posts