LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବର୍ଷାରେ ଧୋଇଗଲା ଦ୍ଵିତୀୟ ଦିନିକିଆ, ଶ୍ରୀଲଙ୍କାର ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ମୁସ୍କିଲ

28/03/2023 at 4:05 PM

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୯୮ ରନରେ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ଦିନିକିଆ ବର୍ଷାରେ ଧୋଇ ହୋଇ ଯାଇଛି। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ଫଳର ଶ୍ରୀଲଙ୍କାର ଆଇସିସି ବିଶ୍ଵକପ୍ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିବା ମୁସ୍କିଲ ହୋଇ ପଡିଛି। ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ମାର୍ଚ୍ଚ ୩୧ରେ ହାମିଲଟନରେ ଖେଳାଯିବ।

ଶ୍ରୀଲଙ୍କାର ନ୍ୟୁଜିଲାଣ୍ଡ ଗସ୍ତରେ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ନୈରାଶଜନକ ରହିଛି। ନ୍ୟୁଜିଲାଣ୍ଡ ପ୍ରଥମେ ଟେଷ୍ଟ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ୨-୦ରେ ହରାଇ ଥିବା ବେଳେ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଏହି ଗସ୍ତରେ ଆସିବା ପୂର୍ବରୁ ସିଂହଳୀ ଦଳ ନିକଟରେ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍‌ରେ ପହଞ୍ଚିବାର ସୁଯୋଗ ରହିଥିଲା। ମାତ୍ର ପ୍ରଥମ ଟେଷ୍ଟରେ ପରାଜୟ ପରେ ଶ୍ରୀଲଙ୍କାର ଡବ୍ଲ୍ୟୁଟିସି ଫାଇନାଲ୍‌ ଖେଳିବାର ସ୍ଵପ୍ନ ଚୂରମାର ହୋଇ ଯାଇଛି।

ଆଉ ଏବେ ଦିନିକିଆ ବିଶ୍ଵକପ୍ ୨୦୨୩ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ମୁସ୍କିଲ ହୋଇ ପଡିଛି। ଏବେ ଶ୍ରୀଲଙ୍କାକୁ ଶେଷ ଦିନିକିଆ ଯେମିତି ହେଲେ ଜିତିବା ଜରୁରୀ ଏବଂ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ହେବାକୁ ପଡିବ। ଖ୍ରୀଷ୍ଟଚର୍ଚ୍ଚରେ ଦିନସାରା ଭୀଷଣ ବର୍ଷା ହେବା ଯୋଗୁଁ ଦ୍ଵିତୀୟ ଦିନିକିଆରେ ଗୋଟିଏ ବି ବଲ୍ ପଡି ପାରିନଥିଲା। ଯାହାର ପରିଣାମ ଏବେ ଶ୍ରୀଲଙ୍କାକୁ ଭୋଗିବାକୁ ପଡିପାରେ।

   Related Posts