ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ୫୦କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା
6/09/2018 at 11:55 AM

ଉତ୍ତରପ୍ରଦେଶ ୬|୯: ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ଏବେ ସୁଦ୍ଧା ୫୦କୁ ବୃଦ୍ଧି ପାଇଛି । କେବଳ ସୋମବାର ୧୮ ଜଣଙ୍କ ହିଁ ମୃତ୍ୟୁ ହୋଇଥିଲା । ରାଜ୍ୟର ବିଭିନ୍ନ ଭାଗରେ ଆଉ ୩୬ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଆଉ ୨ଦିନ ଧରି ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସେପଟେ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ।