ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ, ଗୁରୁବାର ୬ ଜିଲ୍ଲାରେ ହାଲୁକା ବର୍ଷା

Published By : Prameya-News7 Bureau | February 28, 2024 IST

ଭୁବନେଶ୍ୱର ୨୮।୦୨ : ୬ ଜିଲ୍ଲାରେ ଗୁରୁବାର ଅସରାଏ ଲେଖାଏଁ ହାଲୁକା ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ଗୁରୁବାର ଦିନ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାପରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । ଏହାପରେ ୪ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

wp:embed {"url":"https://www.prameyanews7.com/weather-forcast-till-march-three/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-forcast-till-march-three/
/wp:embed

ତେବେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ତାପମାତ୍ରା ୩୫.୪ ଡିଗ୍ରୀ ସେଲ୍‌ସିୟସ ଥିଲା । ବାକି ସବୁଠି ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ମାଲକାନଗିରି, ଟିଟିଲାଗଡ଼, ଭବାନୀପାଟଣା, ବଲାଙ୍ଗୀର, ବୌଦ୍ଧ, ରାୟଗଡ଼ା, ନବରଙ୍ଗପୁର ଦିନ ତାପମାତ୍ରା ୩୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଥିଲା ।

wp:embed {"url":"https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyers-utern-declared-himself-fit-will-play-semi-final-for-mumbai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.