vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଘଣ୍ଟାଏ ବର୍ଷାରେ ବେହାଲ୍ ସିଲ୍କ ସିଟି, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

23/06/2022 at 4:03 PM

ବ୍ରହ୍ମପୁର ୨୩/୦୬: ବ୍ରହ୍ମପୁରରେ ପ୍ରବଳ ବର୍ଷା । ଘଣ୍ଟାଏରୁ ଅଧିକ ବର୍ଷା ହେବା ଫଳରେ ସହରର ଅବସ୍ଥା ବେହାଲ୍ ହୋଇପଡିଛି । ଚାରି ଆଡେ ଖାଲି ପାଣି ଆଉ ପାଣି । ସହରର ବିଭିନ୍ନ ସ୍ଥାନରେ ପାଣି ଜମିବା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହରବାସୀ । ପ୍ରେମନଗର ରାସ୍ତା, ଗାନ୍ଧିନଗର ରାସ୍ତା, ଆସ୍କା ରୋଡ୍ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଏପରିକି ଖୋଦ୍ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସହରର ଡ୍ରେନେଜ୍ ବ୍ୟବସ୍ଥା କେମିତି ଥିବ ତାହା ସହଜରେ ଅନୁମେୟ ହୋଇପଡିଛି । କେଉଁଠି ରିକ୍ସା ବୁଡି ଯାଉଛି ତ ଆଉ କେଉଁଠି ଅଟୋ ଅଧା ବୁଡି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ଷା ଋତୁ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥା ସୁଧାର ନଗରେ ସହରର ଜଳ ନିଷ୍କାସନ ନେଇ ଅସୁବିଧାର ସମ୍ମୁଖୀନ ହେବା ନେଇ ଅନେକ ଅଭିଯୋଗ ହୋଇଥିଲା । ଅର୍ଦ୍ଧ ନିର୍ମିତ ରାସ୍ତା, ଡ୍ରେନେଜ୍ ଯୋଗୁଁ ଏଭଳି ଅବସ୍ଥାକୁ ଆହୁରି ସଂଗୀନ୍ କରି ଦେଇଛି । ଏ ଦିଗରେ ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି ।

   Related Posts